ଶୀତଦିନେ ମଟର ଛୁଇଁ ଖାଇବା ଲାଭଦାୟକ

0

ଭୋଜନରେ ମଟର ଛୁଇଁ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଶୀତଦିନରେ ମଟର ଛୁଇଁ ଆରାମରେ ବଜାରରେ ଉପଲବ୍ଧ ହୋଇଥାଏ। ମଟର ଛୁଇଁକୁ ଅନେକ ତରକାରୀରେ ପକାଇ ରୋଷେଇ କରାଯାଇଥାଏ। ଏଥିରେ କ୍ୟାଲୋରୀର ମାତ୍ରା କମ୍ ରହିଛି। ଏହାସହ ମଟର ଛୁଇଁରେ ଅନେକ ପୋଷକ ତତ୍ତ୍ବ ରହିଛି ଯାହା ଶରୀର ପାଇଁ ଆବଶ୍ୟକ ଅଟେ।

ଓଜନ କମାଇବା ପାଇଁ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ମଟର ଛୁଇଁରେ କମ କ୍ୟାଲୋରୀ ସତ୍ତ୍ବେ ଅଧିକ ପୋଷକ ତତ୍ତ୍ବ ରହିଛି। ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ମଟର ଛୁଇଁ ଖାଇବା ଉଚିତ। ୧କପ ମଟରରେ ୧୧୮କ୍ୟାଲୋରୀ ରହିଥାଏ।ମଟର ଛୁଇଁରେ ନିୟାସିନ ରହିଛି। ଏହା ଶରୀରରେ କୋଲେଷ୍ଟ୍ରୋଲ କମ କରିବାରେ ସହାୟକ ହୋଇଥାଏ। ମଟରରେ ଅଧିକ ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ମଟର ଛୁଇଁରେ ପ୍ରସ୍ତୁତ ସୁପ୍ ପିଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ରହିଥିଲେ ଅଧିକ ମାତ୍ରାରେ ଫାଇବର ଥିବା ଖାଦ୍ୟ ଖାଇବା ଉଚିତ। ଏପରି କ୍ଷେତ୍ରରେ ମଟର ଛୁଇଁରେ ଅଧିକ ଫାଇବର ରହିଛି। ତାହା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।

Leave A Reply