ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ମକା

0

ସାଧାରଣତଃ ପ୍ରାୟ ସବୁ ବୟସର ଲୋକେ ମକା ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ପୋଡ଼ା ହେଉ ବା ସିଝା ମକା, ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ମକାରେ ଫୋଲିକ ଏସିଡ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ-ଏ, ଭିଟାମିନ-ବି, ମିନେରାଲ୍ସ, ମେଟାବୋଲିଜିମ୍ ଓ ଫାଇବର ସହ ଅନେକ ପୋଷକତତ୍ତ୍ୱ ଭରି ରହିଛି। ତେବେ ଚାଲନ୍ତୁ ଜାଣିବା ମକା ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

 ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଉପଯୋଗୀ :

ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍‌ ଏସିଡ୍ ଭରପୂର ମାତ୍ରାରେ ଥିବାରୁ ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ।

ହାଡ଼ ମଜବୁତ କରେ :

ମକା ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।  ମକାରେ ଥିବା ଜିଙ୍କ୍, ଫସଫରସ, ମ୍ୟାଗ୍ନେସିୟମ ଓ ଆଇରନ ହାଡକୁ ମଜଭୁତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ନିଜେ ଖାଇବା ସହ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ।

ଖାଦ୍ୟ ହଜମ କରେ :
ଖାଦ୍ୟ ହଜମ କରିବାରେ ମକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ପ୍ରଚୁର ମାତ୍ରାରେ ଥିବା ଫାଇବର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।

ତ୍ୱଚାକୁ ଉଜ୍ଜଳ କରେ :

ମକାରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ। ଏଥିସହିତ ଚର୍ମ କୁଞ୍ଚନରୁ ମଧ୍ୟ ମୁକ୍ତି ଦେଇଥାଏ।

ଆଖି ପାଇଁ ଉପକାରୀ :

ମକାରେ ବିଟା କ୍ୟାରୋଟିନ ଓ ଭିଟାମିନ-ଏ ଥାଏ ଯାହା ଆଖି ପାଇଁ ବହୁତ ଲାଭପ୍ରଦ। ଏହା ଆଖିର ସମସ୍ୟାକୁ କମ କରେ ଓ ଦୃଷ୍ଟି ଶକ୍ତି ବୃଦ୍ଧି କରେ।

କିଡନୀ ସମସ୍ୟା ଦୂର କରେ :

କିଡନୀ ପାଇଁ ମଧ୍ୟ ମକା ବେଶ୍ ଲାଭଦାୟକ। ମକା ଦାନାରେ ଆଇରନ, କପର ଓ ଫସଫରସ୍ ରହିଛି। ଏହା ଖାଇବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ।

କୋଲେଷ୍ଟ୍ରଲ କମାଏ :

ମକାରେ ଭିଟାମିନ ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। ଏହା କୋଲେଷ୍ଟ୍ରଲକୁ କମ କରିବାରେ ସହାୟକ ହୋଇଥାଏ।

କୋଷ୍ଠକାଠିନ୍ୟ ପେଟ କ୍ୟାନସର ଦୂର କରେ :

ମକା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କ୍ୟାନସର ହେବାର ସମ୍ଭାବନା କମ୍ ଥାଏ।

 

Leave A Reply