ପାଟିକୁ ସୁଆଦିଆ ଦେହକୁ ଉପକାରୀ ଚେରୀ

ସାଧାରଣତଃ ଚେରୀ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଅତ୍ୟଧିକ ମିଠା ହେଇଥିବାରୁ ଏହାକୁ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଲୋକ ଭାବନ୍ତି। ହେଲେ ଏପରି ଭାବିବା ଭୁଲ୍। କାରଣ ଚେରୀରେ ଶରୀରକୁ କ୍ଷତି ପହଞ୍ଚାଇଲା ଭଳି କୌଣସି ଉପାଦାନ ନାହିଁ। ବରଂ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚେରୀ ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

– ଚେରୀରେ ଏମିତି ଉପାଦାନ ରହିଛି ଯାହା ମୁହଁରେ ବାର୍ଦ୍ଧକ୍ୟପଣ ଆସିବାକୁ ଦିଏ ନାହିଁ। ନିୟମିତ ଚେରୀ ଖାଇବା ଦ୍ବାରା ତ୍ବଚାର ଚମକ ବଜାୟ ରହେ।
– ସକାଳେ ଓ ସନ୍ଧ୍ୟାରେ ଚେରୀ ଜୁସ୍ ପିଇବା ଦ୍ବାରା ଭଲ ନିଦ ହୁଏ ବୋଲି ଏକ ଗବେଷଣାରୁ ଜଣା ପଡିଛି। ଚେରୀ ଜୁସ୍ ଆପଣଙ୍କ ନିଦକୁ ୧ଘଣ୍ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବଢାଇବାରେ ସାହାଯ୍ୟ କରେ। ୫୦ରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କ ପାଇଁ ଚେରୀ ଜୁସ୍ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
– ହୃଦ୍‌ରୋଗୀଙ୍କ ପାଇଁ ଚେରୀ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ଯଦ୍ବାରା ହୃଦ୍‌ଘାତ ସମ୍ଭାବନା କମ୍ ଥାଏ।
– ଶରୀରର ଓଜନ କମ୍ କରିବାକୁ ଚାହୁଁଥିଲେ ଚେରୀ ଖାଇ ଭୋକ ମେଣ୍ଟାଇ ପାରିବେ। କାରଣ ଚେରୀରେ ମୋଟାପଣ ବଢାଇବା ପରି କୌଣସି ଉପାଦାନ ନାହିଁ। ଏହା ଶରୀରର ମେଟାବୋଲିଜିମକୁ ସକ୍ରିୟ କରିଥାଏ। ଯଦ୍ବାରା ଓଜନ ବଢିନଥାଏ।
– ବିଶେଷ କରି ବର୍ଷାଦିନେ ଚେରୀ ଶରୀରର ପାଇଁ ଅଧିକ ଲାଭପ୍ରଦ ହୋଇଥାଏ। ଚେରୀରେ ଥିବା କାର୍ବୋହାଇଡ୍ରେଟ, ଭିଟାମିନ-ଏ, ବି, ସି, ବିଟାକେରାଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ଶରୀରକୁ ସୁସ୍ଥ ଓ ସକ୍ରିୟ ରଖିଥାଏ।

Comments are closed.