ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

0

ଶୀତ ଦିନେ ଆସିଲେ ଥଣ୍ଡା, ଜ୍ବର, କାଶ ପରି ରୋଗ ଦେଖା ଦେଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଗଲେ ଏହି ସବୁ ସମସ୍ୟା ଦେଖା ଦେଇଥାଏ। ତେଣୁ ଶୀତିଦନେ ଏପରି ଖାଦ୍ୟ ଖାଆନ୍ତୁ ଯାହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସଠିକ ମାତ୍ରାରେ ରହିବ। ଆସନ୍ତୁ ଜାଣିବା ଶୀତଦିନେ କେଉଁ ଖାଦ୍ୟ ଖାଇବା ଉଚିତ ..

ଭିଟାମିନ-ସି :

ଶୀତଦିନେ ଭିଟାମିନ-ସି ଥିବା ଖାଦ୍ୟ ଖାଇବା ଉଚିତ। ଲେମ୍ବୁ, କମଳା, ଅଁଳା ଇତ୍ୟାଦି ଖାଦ୍ୟରେ ଭିଟାମିନ-ସି ରହିଛି। ଏହାଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଦୃ​‌ଷ୍ଟିଶକ୍ତି ଓ ଦାନ୍ତ ସୁସ୍ଥ ରହିଥାଏ।

ତୁଳସୀ ଓ ଲେମନ ଟି :

ତୁଳସୀ ଏକ ଆୟୁର୍ବେଦିକ ଉପାଦାନ ଅଟେ। ଏହାର ସେବନ ଯେକୌଣସି ସମୟରେ କରାଯାଇ ପାରିବ। ଥଣ୍ଡା ଓ କାଶ ହେଉଥିଲେ ତୁଳସୀ ଓ ଲେମନ ଟିରେ ମହୁ ମିଶାଇ ପିଇବା ଦ୍ବାରା ଥଣ୍ଡା କମିଥାଏ। ଏହାସହ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ପ୍ରୋଟିନର ମାତ୍ରା :

ବାରମ୍ବାର ଦେହ ଖରାପ ହେବା ଦ୍ବାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ। ଶରୀରରେ ପ୍ରୋଟିନର ମାତ୍ରା କମ ହୋଇଗଲେ ମଧ୍ୟ ଦେହ ଖରାପ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଠିକ ରଖିବା ପାଇଁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ତେଣୁ ଖାଦ୍ୟରେ ଅଣ୍ଡା, ମାଛ ଇତ୍ୟାଦି ଖାଦ୍ୟ ଖାଇପାରିବେ।

ସବୁଜ ପରିବା :

ଶୀତ ଋତୁରେ ଥଣ୍ଡା, ଜ୍ବରରୁ ରକ୍ଷା ପାଇବା ପାଇଁ ସବୁଜ ପନିପରିବା ଖାଇବା ଉଚିତ। ଏଥିରେ ଭିଟାମିନର ପରିମାଣ ଭରପୂର ମାତ୍ରାରେ ରହିଥାଏ।

ଶୀତ ଦିନେ ଏପରି ଖାଇବା ଉଚିତ ଯାହାକୁ ଖାଇବା ଦ୍ବାରା ଅଧିକ ଥଣ୍ଡା ଅନୁଭବ ହେବ ନାହିଁ। ଏହି ଦିନେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଅନୁଚିତ।

Leave A Reply