ଖାଦ୍ୟ ଖାଇବା ମଝିରେ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

0

ବହୁ ଲୋକ ଖାଇବା ମଝିରେ ପାଣି ପିଇଥାଆନ୍ତି। କେହି କେହି ଖାଇବା ମଝିରେ ଦୁଇ ତିନିଥର ପାଣି ପିଅନ୍ତିି। ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଖାଇବା ମଝିରେ ପାଣି ପିଇବା ଦ୍ୱାରା ଆମ ପେଟ ଉପରେ କୁପ୍ରଭାବ ପଡ଼ିଥାଏ। ଏହା ସଭିଏଁ ହୁଏତ ଜାଣିନଥିବେ।
ଶରୀର ପ୍ରତି ଏହାର କୁପ୍ରଭାବ….
ଖାଇବା ମଝିରେ ପାଣି ପିଇଲେ ଶରୀରରେ ଇନସୁଲିନର ମାତ୍ରା ବୃଦ୍ଧି ହୋଇଥାଏ। ଆମ ହଜମ କ୍ରିୟାରେ ଉପରେ କୁପ୍ରଭାବ ପକାଇଥାଏ। ରକ୍ତରେ ଶର୍କରାର ମାତ୍ରା ମଧ୍ୟ ବଢିଥାଏ।
ଖାଦ୍ୟ ଖାଇବା ମଝିରେ ପାଣି ପିଇବା ଦ୍ୱାରା ମୋଟାପଣ ବଢିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ। ଫଳରେ ଅଧିକ ସମୟ ଖାଦ୍ୟ ପେଟରେ ରହିବା ଫଳରେ ଗ୍ୟାସଟିକ ସମସ୍ୟା ସୃଷ୍ଟି ହୋଇଥାଏ। ଗ୍ୟାସଟିକ କାରଣରୁ ମୁଣ୍ଡ ଓ ଦେହହାତ ବିନ୍ଧା ହୋଇଥାଏ।
ଏସିଡ଼ିଟି ହୋଇ ଗଳା ପୋଡ଼ିଥାଏ। ପେଟ ଯନ୍ତ୍ରଣା ହୋଇଥାଏ।
ଶରୀରରେ ରୋଗପ୍ରତିରୋଧକ ଶକ୍ତି କମାଇଥାଏ। ଫଳରେ ସହଜରେ ଶରୀର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ।

Leave A Reply