ବାନ୍ତିରୁ ରକ୍ଷା ପାଇବାର ସହଜ ଉପାୟ

0

ଯାନବାହାନରେ ଯାତାୟତ କଲାବେଳେ ଅନେକ ଲୋକ ବାନ୍ତି ଜନିତ ସମ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ଅନେକ ସମୟରେ ଲୋକେ ବସ୍‍, କାର ଭଳି ଗାଡ଼ିରେ ଯାତ୍ରା କରିବାକୁ ଡ଼ରିଥାନ୍ତି । ତେବେ ଏଭଳି ସମସ୍ୟାର ନିରାକରଣ ପାଇଁ ସହଜ ଉପାୟ ସବୁ ରହିଛି । ମାତ୍ର କେତୋଟି ଦିଗ ପ୍ରତି ଦୃଷ୍ଟିଦେଲେ ଏଥିରୁ ରକ୍ଷା ମିଳିପାରିବ। ଯାତ୍ରାକରିବା ପୂର୍ବରୁ ଖାଲିପେଟରେ ବେଲପତ୍ର ରସ ଦୁଇ ଚାମଚ, ମିଶ୍ରି ପାଣି ଓ ଗୋଟିଏ କପ ଲେମ୍ବୁ ରସ ପିଅନ୍ତୁ। ଦେଖିବେ ଆଉ ବାନ୍ତି ଲାଗିବନି। ଯଦି ଆପଣଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ଲାଗୁଥିଲେ ଅଳେଇଚ ମଞ୍ଜି ଚୋବାଇ ଖାଆନ୍ତୁ; ଦେଖିବେ ସଙ୍ଗେ ସଙ୍ଗେ ବାନ୍ତି ବନ୍ଦ ହୋଇଯିବ ।

Leave A Reply