ଛତୁର ଉପଯୋଗିତା

0

ଏବେ ବଜାରରେ ବିଭିନ୍ନ ପ୍ରକାରର ଛତୁ ମିଳୁଥିବାବେଳେ କିନ୍ତୁ ଆମ ଦେଶୀ ଛତୁର ଉପଯୋଗିତା ସର୍ବାଧିକ। ବିଶେଷଜ୍ଞଙ୍କ ମତରେ ସପ୍ତାହକୁ ୨-୩ଥର ଛତୁ ଖାଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଛତୁରେ ଥିବା ପୋଷକତତ୍ତ୍ବ ଯକୃତରେ ଥିବା ଗ୍ଲୁକୋଜ୍‌କୁ ନିୟନ୍ତ୍ରଣ କରିଥାଏ। ପେନସିଲାଭାନିଆ ବିଶ୍ବବିଦ୍ୟାଳୟର ଗବେଷକଙ୍କ ମତରେ ଛତୁ ଏକ ଉତ୍ତମ ଖାଦ୍ୟ। ବିଭିନ୍ନ ବ୍ୟଞ୍ଜନରେ ଏହାକୁ ସହଜରେ ଉପଯୋଗ କରି ଖାଦ୍ୟର ମଜା ନେଇହେବ। ଫ୍ରାଏଡ୍ ରାଇସ୍, ପଲଉ, ବିରିଆନୀ, ନୁଡଲ୍ସ ଆଦି ବ୍ୟଞ୍ଜନରେ ଛତୁକୁ ବ୍ୟବହାର କରି ଖାଇହେବ। ପ୍ରୋଟିନ୍ ଓ ଫାଇବର ଭରପୂର ଥିବା ଛତୁରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। କେବଳ ପାଟି ସୁଆଦିଆ ନୁହେଁ ଛତୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଛତୁରେ ଥିବା ପୋଟାସିୟମ୍, ଭିଟାମିନ୍ ସି ହୃଦ୍‌ରୋଗୀଙ୍କ ନିମନ୍ତେ ଉପକାରୀ।

Leave A Reply