ଜନନୀ ଓ ଶିଶୁଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା କବଚ

0

ଭୁବନେଶ୍ୱର, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ନିର୍ମଳ’, ‘ସୁନେତ୍ର’ ଓ ‘ସମ୍ପୂର୍ଣ୍ଣ ସୁରକ୍ଷା କବଚ’ ନାମରେ ଚାରିଟି ନୂଆ ସ୍ୱାସ୍ଥ୍ୟ ସେବା ଯୋଜନା ଘୋଷଣା କରିଛନ୍ତି। ବାର୍ଷକ ୬୯ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ‘ସମ୍ପୂର୍ଣ୍ଣ ସୁରକ୍ଷା କବଚ’ଯୋଜନାରେ ମା’ ଓ ନବଜାତକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର କିଟ୍‍ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଏହାଦ୍ୱାରା ବାର୍ଷିକ ୫.୫୦ ଲକ୍ଷରୁ ଅଧିକ ମା’ ଓ ଶିଶୁ ଉପକୃତ ହେବେ ବୋଲି ଆଶା କରାଯାଇଛି। ଏଥିସହିତ ପୁଷ୍ଟିସାଧନ ଥଇଥାନ କେନ୍ଦ୍ରରେ ମା’ମାନଙ୍କ ଭତ୍ତା ରାଶି ୫୦ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ‘ନିର୍ମଳ’ ଯୋଜନାରେ ରାଜ୍ୟର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ‘ସୁନେତ୍ର’ ଜରିଆରେ ବିନା ମୂଲ୍ୟରେ ସାର୍ବଜନୀନଚକ୍ଷୁ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ମଧ୍ୟ ୧୨୦ କୋଟି ଟଙ୍କା ବ୍ୟୟ କରାଯିବ।

Leave A Reply