ରାତିରେ ଉପାସରେ ଶୋଉଛନ୍ତି କି ? ପଡିପାରେ ସ୍ବାସ୍ଥ୍ୟ ଉପରେ ଏହି ପ୍ରଭାବ

ଆଧୁନିକ ଜୀବନଶୈଳୀରେ ବ୍ୟକ୍ତିମାନେ ନିଜ କାମ ବ୍ୟତୀତ ଅନ୍ୟ କୌଣସି ଦିଗ ପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। କାମର ବୋଝ ଓ ଥକାପଣ ଯୋଗୁଁ ଅଧିକତଃ ବ୍ୟକ୍ତି ରାତିରେ ଭୋଜନ ନ କରି ଶୋଇ ପଡନ୍ତି। କିଛି ବ୍ୟକ୍ତି ମୋଟାପଣ ଯୋଗୁଁ ରାତିରେ ଖାଇ ନ ଥାଆନ୍ତି। କିନ୍ତୁ ରାତିରେ ଉପାସରେ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଏହସହ ଅନେକ ରୋଗର ବଶବର୍ତ୍ତୀ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା, ରାତିରେ ଉପାସରେ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡେ …

ଅନେକ ବ୍ୟକ୍ତି ଭାବି ଥାଆନ୍ତି ଯେ, ରାତିରେ ଶରୀରକୁ ଖାଦ୍ୟ ଦରକାର ହୋଇ ନ ଥାଏ। ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପନ୍ନ କରିଥାଏ। କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଦ୍ବାରା ଶରୀରକୁ ତା ପର ଦିନ ଥକା ଲାଗିଥାଏ। ଏହାଦ୍ବାରା କୌଣସି କାମ କରିବାକୁ ଇଚ୍ଛା ହୋଇ ନ ଥାଏ। ରାତିରେ ଭୋଜନ କରୁ ନ ଥିବା ବ୍ୟକ୍ତିଙ୍କ ଶରୀରରେ ମେଟାବୋଲିଜିମ୍ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ବାରା ଇନସୁଲିନ୍‌ ସ୍ତର ପ୍ରଭାବିତ ହୋଇଥାଏ।

ଖାଲି ପେଟରେ ରାତିରେ ଶୋଇବା ଦ୍ବାରା କୋଲେଷ୍ଟ୍ରୋଲ ଓ ଥାଇରଏଡ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ବାରା ଅନେକ ରୋଗ ମଧ୍ୟ ହୋଇଥାଏ।

ରାତିରେ ନ ଖାଇ ଶୋଇବା ଦ୍ବାରା ଭୋକ ଯୋଗୁଁ ପେଟ ଦରଜ ହୋଇଥାଏ। ଏହାଦ୍ବାରା ନିଦ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ତେଣୁ ରାତିରେ ଉତ୍ତମ ନିଦ୍ରା ପାଇଁ ଭୋଜନ ଠିକ ଭାବେ କରିବା ଉଚିତ।

ମୋଟାପଣ ନେଇ ଚିନ୍ତିତ ଥିବା ବ୍ୟକ୍ତିମାନେ ରାତିରେ ଖାଲି ପେଟରେ ନ ଶୋଇ ହାଲୁକା ଖାଦ୍ୟ ଖାଇବା ଉଚିତ। ଏହାଦ୍ବାରା ସେମାନଙ୍କ ଓଜନ ନିୟନ୍ତ୍ରିତ ରହିଥାଏ।

 

 

Comments are closed.