ପାଚନ ଜନିତ ସମସ୍ୟାରୁ ମୁକ୍ତି ପାଇବାର ଘରୋଇ ଉପାୟ

ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟ , ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଆପଣ କେତେକ ଘରୋଇ ଉପାୟ ଆପଣେଇ ପାରିବେ। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ….
ରସୁଣ –
ରସୁଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ବାଇଓଟିକ ଓ ଆଣ୍ଟି-ଇନଫ୍ଲେମେଟ୍ରି ଗୁଣ ରହିଛି। ଯାହା ପେଟର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ତେଣୁ ପେଟ ଜନିତ ସମସ୍ୟା ଥିଲେ ଆପଣ ରସୁଣ ଖାଇବା ଲାଭଦାୟକ।
ଅଦା –
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ ଆପଣ ଅଦା ଖାଇବା ଖୁବ ଉତ୍ତମ। ଅଦାରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ହଜମ କରିବାରେ ସହାୟକ ହେବା ସହ ବଦହଜମି ମଧ୍ୟ ଦୂର କରିଥାଏ।
କଳା ଜିରା –
କଳା ଜିରାରେ ଆଣ୍ଟି-ମାଇକ୍ରୋବିୟଲ ଭରପୁର ମାତ୍ରାରେ ରହିଛି। କଳା ଜିରାରର ସେବନ କରିବା ଫଳରେ ପେଟରେ ଥିବା ଦୂଷିତ ପଦାର୍ଥ ନିର୍ଗତ କରିବାରେ ସହାୟକ ହେବା ସହ ପେଟର ଯନ୍ତ୍ରଣାକୁ କମ କରିଥାଏ।
ପିପରମେଣ୍ଟ –
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ ଓ ପାଚନ ଜନିତ ସମସ୍ୟା ସର୍ବଦା ରହୁଥିଲେ, ପିପରମେଣ୍ଟ ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ହଜମ କରିବା ସହ ପେଟକୁ ସୁସ୍ଥ ରଖିଥାଏ। ପାଚନ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Comments are closed.