ଜାଣନ୍ତୁ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଭଳି ଖାଇବେ ଖାଦ୍ୟ

ଯୋଗ ମନୁଷ୍ୟ ଶରୀରକୁ ସୁସ୍ଥ ଓ ମନକୁ ଶାନ୍ତି ରଖିଥାଏ। ସୁସ୍ଥ ଶରୀର ପାଇଁ ଯୋଗ କରିବା ସହିତ ଉତ୍ତମ ଖାଦ୍ୟ ମଧ୍ୟ ଜରୁରୀ ଅଟେ। ଠିକ ରୂପେ ଖାଦ୍ୟ ନ ଖାଇଲେ ଶରୀର ଅସୁସ୍ଥ ହୋଇଯାଏ।
ଉତ୍ତମ ଶରୀର ପାଇଁ ଖାଦ୍ୟ:
ଦିନକୁ ତିନିରୁ ଚାରି ଥର ଖାଇବା ଉଚିତ। ଖାଇବା ମଧ୍ୟରେ ସମୟ ସୀମା ସଠିକ୍‌ ରଖିବା ଦରକାର।
ସକାଳେ ଜଳଖିଆ ଖାଇବାକୁ କେବେ ବି ଭୁଲନ୍ତୁ ନାହିଁ। ସକାଳେ ନ ଖାଇଲେ ଦେହ ଖରାପ ହୋଇଥାଏ।
ଖାଇବାର ୩୦ମିନିଟ୍‌ ପରେ ପାଣି ପିଇବା ଉଚିତ। ନଚେତ ଖାଇବାର ୩୦ମିନିଟ୍‌ ପୂର୍ବରୁ ପାଣି ପିଅନ୍ତୁ।
ଆପଣ ଯେତେବେଳେ ଖାଦ୍ୟ ଖାଉଛନ୍ତି ମନେ ରଖନ୍ତୁ ଯେ ସବୁବେଳେ ଅଧା ପେଟ ଖାଇବା ଉଚିତ। କାରଣ ଏକ ଚତୁର୍ଥାଶଂ ପାଣି ଆମ ଶରୀର ପାଇଁ ଦରକାର ଓ ପାଚନ ପାଇଁ କିଛି ଜାଗା ରହିବା ଦରକାର।
ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଉଚିତ୍‌।
ଫଳ ଓ ପନିପରିବା ସବୁବେଳେ ଖାଇବା ଉଚିତ୍‌।
ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
ଖାଇବା ବେଳେ ବେଶୀ ଖାଆନ୍ତୁ ନାହିଁ କିମ୍ବା କମ୍‌ ଖାଆନ୍ତୁ ନାହିଁ।
ଖାଇବା ବେଳେ କଥାବାର୍ତ୍ତା କରନ୍ତୁ ନାହିଁ।

Comments are closed.