ଅଧିକ କମଳା ଖାଉଛନ୍ତି କି ? ହୋଇପାରେ ଏହି ସମସ୍ୟା

0

ସୁସ୍ଥ ରହିବା ପାଇଁ ଆମେ ଅନେକ ପ୍ରକାରର ଫଳ ଓ ପନିପରିବା ଖାଇଥାଉ। କିନ୍ତୁ କିଛି ଫଳ ରହିଛି ଯାହାକୁ ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଇଥାଏ। କମଳାରେ ଉଭୟ ଖଟା ଓ ମିଠା ଅଂଶ ରହିଛି। ଏହା ଭିଟାମିନ-ସିରେ ଭରପୂର ଅଟେ। ଏହାସହ ଫ୍ୟାଟ, କୋଲେଷ୍ଟ୍ରଲ ଓ ସୋଡିୟମ ସମାନ ମାତ୍ରାରେ ରହିଛି। କମଳା ଖାଇବା ଦ୍ବାରା ଆଖି ସୁସ୍ଥ ରହିଥାଏ। କିନ୍ତୁ ଏହାର ଅତ୍ୟଧିକ ସେବନ ଦ୍ବାରା ଶରୀର ଉପ​‌ରେ କିଛି ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ..

ଅତ୍ୟଧିକ ପରିମାଣରେ କମଳା ଖାଇବା ଦ୍ବାରା ଦାନ୍ତର କ୍ଷତି ହୋଇଥାଏ। କମଳାରେ ଥିବା ଅମ୍ଳ ଦାନ୍ତଗୁଡିକର ଏନାମଲ୍‌ରେ ଥିବା କ୍ୟାଲସିଅମ୍‌ ସହିତ ମିଶିଲେ ଭୂତାଣୁ ଜନିତ ସଂକ୍ରମଣ ଘଟିଥାଏ। ଏହାଦ୍ବାରା ଦାନ୍ତରେ କ୍ୟାଭିଟି ସମେତ ଅନ୍ୟାନ୍ୟ ସମସ୍ୟା ଦେଖା ଦେଇଥାଏ।

ଅଧିକ ପରିମାଣରେ କମଳା ଖାଇଲେ ଶରୀରରେ କାର୍ଯ୍ୟ କରିବାର କ୍ଷମତା କମ୍‌ ହୋଇଥାଏ।

ଏହା ବ୍ୟତୀତ ଅଧିକ କମଳା ଖାଇଲେ ଶରୀରର ଓଜନ ବୃଦ୍ଧି ହାଇଥାଏ। ଅଧିକ ଭୋକ ଲାଗିଥାଏ।

ଖାଲି ପେଟରେ କମଳା ଖାଇବାକୁ ବାରଣ କରାଯାଇଛି। କାରଣ ଏହା ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ତର ବୃଦ୍ଧି ପାଇଥାଏ। ତେଣୁ ରକ୍ତରେ ଶର୍କରାର ସ୍ତରକୁ ସନ୍ତୁଳିତ ରଖିବା ପାଇଁ କମ୍‌ ମାତ୍ରାରେ କମଳା ଖାଇବା ଉଚିତ।

Leave A Reply