ଖାଦ୍ୟ ସମ୍ବନ୍ଧୀୟ କିଛି ଉତ୍ତମ ଟିପ୍ସ

0

ସୁସ୍ବାଦୁ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏହାସହ ପ୍ରତ୍ୟେକ ଋତୁ ହିସାବରେ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ତେବେ ଖାଦ୍ୟକୁ ନେଇ କିଛି ଟିପ୍ସ ପ୍ରଦାନ କରାଯାଇଛି। ଯାହାକୁ ମାନି ଚଳିବା ଦ୍ବାରା ସ୍ବାସ୍ଥ୍ୟ ଠିକ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ସମ୍ପର୍କୀୟ ଟିପ୍ସ ସମ୍ବନ୍ଧରେ ..

ଖରା ଦିନେ ରାଇତା ଅଧିକ ଖାଇବା ଉଚିତ। ରାଇତାକୁ ଅଧିକ ସ୍ବାଷ୍ଟିଦ କରିବା ପାଇଁ ସେଥିରେ ହେଙ୍ଗୁ ଓ ଜିରାର ଛୁଙ୍କ କରନ୍ତୁ।

ପିଆଜକୁ ସର୍ବଦା ଯେକୌଣସି ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ତେଲ​‌​‌ରେ ପକାଇବାକୁ ପଡିଥାଏ। ତାହା ଠିକ ଭାବେ ଭାଜି ହେବା ପର୍ଯ୍ୟନ୍ତ କିଛି ସମୟ ଅପେକ୍ଷା କରିବାକୁ ପଡିଥାଏ। ତେଣୁ ସର୍ବଦା ତେଲରେ ପିଆଜ ପକାଇ ସେଥିରେ ଅଳ୍ପ ଚିନି ପକାନ୍ତୁ। ଏହାଦ୍ବାରା ପିଆଜ ଶୀଘ୍ର ଭାଜି ହୋଇଯାଏ।

ରାଜମାକୁ ଗରମ ପାଣିରେ ପକାଇ ସିଝାଇବା ବେଳେ ସେଥିରେ ଭୁଲରେ ବି ଲୁଣ ପକାନ୍ତୁ ନାହିଁ। ଏପରି କରିବା ଦ୍ବାରା ରାଜମା ସିଝିବାକୁ ଅଧିକ ସମୟ ଲାଗିଥାଏ। ତେଣୁ ରାଜମା ସିଝାଇବା ବେଳେ ଖାଲି ପାଣିରେ ପକାଇ ଫୁଟାନ୍ତୁ।

ଯଦି ଆପଣ ଘରେ​‌ ବିରି ଓ ଚାଉଳ ପେଷି ସେଥିରେ ଇଟଲି କିମ୍ବା ଦୋସା ଖାଇବାକୁ ପସନ୍ଦ କରିଥାଆନ୍ତି। ​‌ତେବେ ତାହା ବେଳେ ଖଟା ହୋଇଯାଏ। ସେଥିପାଇଁ ନଡିଆକୁ ପେଷି ତାହାକୁ ବିରି, ଚାଉଳ ମିଶ୍ରଣ​‌ରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ବାରା ମିଶ୍ରଣ ଆଉ ଖଟା ଲାଗିବ ନାହିଁ।

ଭେଣ୍ଡିକୁ ଦୁଇ ଦିନରୁ ଅଧିକ ଦିନ ରଖିଲେ ତାହା ସତେଜ ହୋଇ ରହେ ନାହିଁ। ତେଣୁ ଭେଣ୍ଡିକଚ ଅଧିକ ଦିନ ଧରି ସତେଜ ରଖିବା ପାଇଁ ସେଥିରେ କିଛି ସୋରିଷ ତେଲ ମାରି ରଖନ୍ତୁ।

ପରଟାକୁ ସବୁବେଳେ ଆମେ ତେଲ ମାରି ସେକିଥାଉ। କିନ୍ତୁ ପରଟାରେ ତେଲ ବଦଳରେ ଲହୁଣୀରେ ସେକିବା ଦ୍ବାରା ତାହା ଅଧିକ ସ୍ବାଦିଷ୍ଟ ଲାଗିଥାଏ।

ଯଦି ଆପଣ ଅଧିକ ମସଲା ଯୁକ୍ତ ଖାଦ୍ୟ ତିଆରି କରୁଛନ୍ତି ତେବେ ସେଥିରେ ଅଳ୍ପ ଶାଗୁ ମିଶାଇ ଦିଅନ୍ତୁ। ଏପରି କରିବା ଦ୍ବାରା ତରକାରୀରେ ମସଲାର ପରିମାଣ ବଢିବା ସହ ତାହା ସ୍ବାଦିଷ୍ଟ ଲାଗେ।

ଘରେ ବରା ପ୍ରସ୍ତୁତ କରିବା ପାଇଁ ମିଶ୍ରଣ ଠିକ ଭାବେ ହୋଇଛି କି ନାହିଁ ତାହା ଜାଣିବା ଉଚିତ। ସେଥିପାଇଁ ଏକ କପ ପାଣିରେ ବରା ମିଶ୍ରଣର କିଛି ବୁନ୍ଦା ପକାଇ ଦିଅନ୍ତୁ। ଯଦି ମିଶ୍ରଣଟି ଭାସୁଥିବ ତେବେ ତାହା ସମ୍ପୁର୍ଣ୍ଣ ରୁପେ ବରା ତିଆରି ପାଇଁ ଉପଯୁକ୍ତ ବୋଲି ଜାଣିବା।

ଆଳୁ ଓ ପିଆଜକୁ ଅଧିକ ଦିନ ଧରି ସାଇତି ରଖି ହୋଇଥାଏ। ତେଣୁ କେ​‌ବେ ବି ତାହାକୁ ଏକାଠି ସାଇତି ରଖନ୍ତୁ ନାହିଁ। କାରଣ ପିଆଜ ସଂସ୍ପର୍ଶରେ ଆସି ଆଳୁ ଶୀଘ୍ର ନଷ୍ଟ ହୋଇଯାଇଥାଏ।

Leave A Reply