ଅଣ୍ଡା ଖାଇବାର ସଠିକ ନିୟମ

0

ଖାଦ୍ୟପଦାର୍ଥ ମଧ୍ୟରେ ଅଣ୍ଡା ଏପରି ଏକ ଖାଦ୍ୟ ଯାହା ସଭିଁଙ୍କୁ ଖାଇବାକୁ ବେଶ ଭଲ ଲାଗେ। ମାତ୍ର ଏହାକୁ ଖାଇବାର କିଛି ନିୟମ ରହିଛି। ଯାହା ପ୍ରତି କେହି ବିଶେଷ ଧ୍ୟାନ ଦେଇ ନଥାଆନ୍ତି। ମାତ୍ର ଅଣ୍ଡାକୁ କିଭଳି ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ସେ ବିଷୟରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ କିଭଳି ଖାଇବେ ଅଣ୍ଡା….
ଅଣ୍ଡାକୁ ବହୁ ଲୋକେ ତରକାରୀ,ଭୁଜିଆ ଆଦି କରି ଖାଇ ଥାଆନ୍ତି। ମାତ୍ର ଏହାକୁ ସିଝାଇ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉତ୍ତମ। ସିଝାଇ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇନଥାଏ। ଶରୀରରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
ବହୁ ଲୋକେ ଅଣ୍ଡାକୁ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥାଆନ୍ତି। କେତେକ ବ୍ୟଞ୍ଜନରେ ଏହି ଅଣ୍ଡା ଭଲ ଭାବେ ପ୍ରସ୍ତୁତ ହୋଇନଥାଏ। ଏହା ଖାଇବାକୁ ସୁଆଦିଆ ହେଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସିଝାଇ ଖାଇବା ଦ୍ୱାରା ଅଣ୍ଡା ସହଜରେ ହଜମ ହୋଇଥାଏ।
ଅଧିକ ତାପମାତ୍ରା ବା ଅଧିକ ଆଞ୍ଚରେ ଅଣ୍ଡାକୁ ସିଝାଇବା ଉଚିତ ନୁହେଁ। । ଏହାକୁ କମ ଆଞ୍ଚରେ ସିଝାନ୍ତୁ। ଅଧିକ ସମୟ ସିଝାନ୍ତୁ ନାହିଁ। ଅଧିକ ମାତ୍ରାରେ ସିଝାଇଲେ, ଏଥିରେ ଥିବା ଭିଟାମିନର ମାତ୍ରା ନଷ୍ଟ ହୋଇଯାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ମଧ୍ୟ କମିଯାଏ।
ଅଣ୍ଡା ପୋଚ ମଧ୍ୟ ଖାଇପାରିବେ। ଏଥିରେ ପୋଷକ ତତ୍ତ୍ୱ ଅଧିକ ପରିମାଣରେ ଥାଏ।

Leave A Reply