ନିମ୍ନ ରକ୍ତଚାପରୁ ରକ୍ଷା ପାଇବାର ସହଜ ଉପାୟ

0

ବର୍ତ୍ତମାନର ଜୀବନ ଶୈଳୀ, ଖାଦ୍ୟପେୟ ଆଦି ବିଭିନ୍ନ କାରଣରୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେଉଛି। ରକ୍ତଚାପ କମ ହେବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ପ୍ରଭାବରେ ମୁଣ୍ଡ ବୁଲାଇବା, ହାଲିଲା , ଦୁର୍ବଳ, ବ୍ୟସ୍ତ ଲାଗିବା, ନିଶ୍ୱାସପ୍ରଶ୍ୱାସରେ ନେବା ସମୟରେ ବାଧା ସୃଷ୍ଟି ହେବା ଭଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ରକ୍ତଚାପ କମ ହେବା ଫଳରେ ଏହା ମସ୍ତିଷ୍କ, ହୃଦୟ, ବୃକକ ଉପରେ କୁପ୍ରଭାବ ପକାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ କିଛି ଘରୋଇ ଉପାୟ ଅବଲମ୍ବନ କରିପାରିବା। ଜାଣନ୍ତୁ ତାହା କ’ଣ ….
ଲୁଣ ଓ ଚିନି ପାଣି –
ନିୟମିତ ଆପଣ ଅଳ୍ପ ଲୁଣ ଓ ଚିନି ମିଶାଇ ଏହି ପାଣିକୁ ପିଅନ୍ତୁ। ଯେଉଁମାନଙ୍କର ରକ୍ତଚାପ କମ ରହୁଥାଏ ସେମାନେ ଲୁଣ ଓ ଚିନି ପାଣି ପିଇବା ଦ୍ୱାରା ଏଥିରେ ଥିବା ସୋଡ଼ିୟମର ମାତ୍ରା ରକ୍ତଚାପକୁ ସଠିକ ରଖେ।
କଫି – କଫିର ସେବନ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଆପଣଙ୍କ ହାଲିଆ ଅନୁଭୂତ ହୋଇନଥାଏ। ମାତ୍ର ଅତ୍ୟଧିକ କଫି ସେବନ କରନ୍ତୁ ନାହିଁ।
ବିଟ ଜୁସ –
ବିଟର ରସରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ଆଇରନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଯାହା ରକ୍ତର ଅଭାବ ଓ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେଣୁ ନିୟମିତ ବିଟ ଜୁସ ପିଇବା ଦ୍ୱାରା କମ ରକ୍ତଚାପ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ।
ବାଦାମ ଓ କ୍ଷୀର –
ବାଦାମ ଓ କ୍ଷୀର ମିଶାଇ ପିଇବା ଦ୍ୱାରା କେବଳ ସ୍ମରଣ ଶକ୍ତି ବୃଦ୍ଧି , ମସ୍ତିଷ୍କ ପାଇଁ ଲାଭଦାୟକ ତାହା ନୁହେଁ, ଏହା କମ ରକ୍ତଚାପ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରାତିରେ ୪ ରୁ ୫ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ କ୍ଷୀରରେ ମିଶାଇ କିଛି ସମୟ ଫୁଟାଇ ଦିଅନ୍ତୁ। ଏହାପରେ ପିଅନ୍ତୁ। ଏହାକୁ ନିୟମିତ ପିଇବା ଦ୍ୱାରା କମ ରକ୍ତଚାପରୁ ମୁକ୍ତି ମିଳିବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ।
ଗାଜର ରସ –
ଗାଜର ରସରେ ଭିଟାମିନ ଏ, ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ପର୍ଯ୍ୟାପ୍ତ ମାତ୍ରାରେ ଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ନିମ୍ନ ରକ୍ତଚାପରୁ ମୁକ୍ତି ମିଳିଥାଏ।

Leave A Reply