ରାତି ୪ଟା – ମୁଖ୍ୟ ସମ୍ବାଦ

ବଡ ଖବର

# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୧ ହଜାର ମିଥ୍ୟା ବୟାନକୁ ପ୍ରକାଶ କରିଛି ଆମେରିକା ଖବର କାଗଜ ‘ୱାଶିଙ୍ଗଟନ୍‌ ପୋଷ୍ଟ’

# ଆଜି ସକାଳ ୮ଟାରୁ ଆରମ୍ଭ ହେବ ପାଟକୁରା ଭୋଟ୍‌ ଗଣତି, ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି, ଦିନ ଗୋଟାଏ ସୁଦ୍ଧା ଫଳ

# କର୍ଣ୍ଣାଟକ ରାଜନୀତି – ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ କୁମାର ସ୍ୱାମୀ

# ଓଟିଇଟି ପାଇଁ ଫର୍ମ ଫିଲପ୍‌ – ସ୍ୱତନ୍ତ୍ର ବିଇଡି ଛାତ୍ରଛାତ୍ରୀଙ୍କ ପାଇଁ ଅପସନ୍ ନାହିଁ

ଆଞ୍ଚଳିକ
# ରାଜ୍ୟରେ ବୃଦ୍ଧି ପାଉଥିବା ମହିଳାଙ୍କ ବିରୋଧରେ ହିଂସା ପ୍ରତିବାଦରେ ଆଜି ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ
# ଆଜି ସକାଳ ୮ଟାରୁ ଆରମ୍ଭ ହେବ ପାଟକୁରା ଭୋଟ୍‌ ଗଣତି, ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି, ଦିନ ଗୋଟାଏ ସୁଦ୍ଧା ଫଳ
# ଋଣ ଭରା ସହି ନ ପାରି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁରେ କୀଟନାଶକ ପିଇ ଚାଷୀ ସୁମନ୍ତ ବେହେରାଙ୍କ ଆତ୍ମହତ୍ୟା
# ବଲାଙ୍ଗୀର ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯ୍ୟାତନା – ଗିରଫ ନିର୍ଦ୍ଦେଶକ ସରୋଜ ଦାସଙ୍କୁ କୋର୍ଟ ଚାଲାଣ
# ଅନୁଗୁଳ ମେଡିକାଲରେ ପୁଣି ଥରେ ଶବରୁ ଆଖି ଗାଏବ ହୋଇ ଯାଇଛି
# ନୟାଗଡ଼ ଜିଲ୍ଲାରେ ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍, ସ୍ୱାମୀଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ
# ଓଟିଇଟି ପାଇଁ ଫର୍ମ ଫିଲପ୍‌ – ସ୍ୱତନ୍ତ୍ର ବିଇଡି ଛାତ୍ରଛାତ୍ରୀଙ୍କ ପାଇଁ ଅପସନ୍ ନାହିଁ
# କୋରାପୁଟ ଓ ଭୁବନେଶ୍ୱରରୁ ୧୪ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ, ୪ ମହିଳା ସାମିଲ
# ଶ୍ରୀମନ୍ଦିରର ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଅଗଷ୍ଟ ୧୦ରେ ହେବ ନିର୍ବାଚନ
# ଅନୁଗୁଳ ମେଡ଼ିକାଲରେ ଶବରୁ ଆଖି ଗାଏବ ଘଟଣା – ଜିଲ୍ଲା ବିଜେପିର ଆଜି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା
# ହୀରାକୁଦ ଜଳଭଣ୍ଡାରରେ ମାତ୍ର ୩୫୦୦ କ୍ୟୁସେକ ପାଣି – ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୨ଟି ୟୁନିଟ ବନ୍ଦ
# କୋଲକାତାକୁ ସ୍ଥାନାନ୍ତର ହେବ ଯୋଡ଼ା ଟାଟା ସ୍ପଞ୍ଜ ପଞ୍ଜୀକୃତ କାର୍ଯ୍ୟାଳୟ

ଜାତୀୟ
# ଲୋକସଭାରେ ଗୃହୀତ ହେଲା ମୋଟର ଯାନ (ସଂଶୋଧନ) ବିଲ୍‌
# କର୍ଣ୍ଣାଟକ ରାଜନୀତି – ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ କୁମାର ସ୍ୱାମୀ
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତର ଖଣ୍ଡନ
# କର୍ଣ୍ଣାଟକ ରାଜନୀତି – ୟେଦୁରପ୍ପା କହିଲେ – କୃଷକଙ୍କୁ ମହତ୍ଵ ଦେବୁ, କର୍ଣ୍ଣାଟକରେ ଆରମ୍ଭ ହେବ ବିକାଶର ନୂତନ ଯୁଗ
# ଦୁଇ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରୂପେ ନିଜର କାର୍ଯ୍ୟକାଳ ପୂରା କରି ପାରିଲେ ନାହିଁ ଏଚଡି କୁମାରସ୍ଵାମୀ
# ଭାରତୀୟ ସେନାର ସହିଦ ଏବଂ ପୂର୍ବତନ ସୈନିକଙ୍କ ପରିଜନ ମଧ୍ୟ ତାଙ୍କ ସାହାସିକତା ପାଇଁ ମିଳିଥିବା ପଦକକୁ ପିନ୍ଧି ପାରିବେ ବୋଲି ଭାରତୀୟ ସେନାର ନିଷ୍ପତ୍ତି
# ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ବିଏସପି ସାଂସଦ ସତୀଶ ଚନ୍ଦ୍ର ମିଶ୍ର, ୟୁପି ବିଜେପି ନେତା ସଙ୍ଗୀତ ସୋମ , ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ରାଣା, ଏଲଜେପି ସାଂସଦ ଚିରାଗ ପାସଓ୍ଵାନ, ପୂର୍ବତନ ସାଂସଦ ପପ୍ପୁ ଯାଦବ ଏବଂ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡୀଙ୍କ ସୁରକ୍ଷା ପରିଧି ହ୍ରାସ
# ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଘୋଷଣା – ସ୍ଥାନୀୟ ନାଗରିକଙ୍କ ପାଇଁ ପ୍ରତ୍ୟେକ ପ୍ରାଇଭେଟ କମ୍ପାନୀରେ ୭୫ ପ୍ରତିଶତ ଚାକିରୀ ସଂରକ୍ଷିତ
# ଝାଡ଼ଖଣ୍ଡରେ ବିଜେପି ନେତା ମାଗୋ ମୁଣ୍ଡା, ତାଙ୍କ ସ୍ତ୍ରୀ ଓ ପୁଅ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ

ଅନ୍ତର୍ଜାତୀୟ
# ହିନ୍ଦୁ ଝିଅମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ ନେଇ ଇମ୍ରାନ ଖାନଙ୍କ ସହ ସିଧାସଳଖ ଡୋନାଲ୍ଡ ଟ୍ରମ୍ପ ଆଲୋଚନା କରିବାକୁ ଦାବୀ କରିଛନ୍ତି ପାକିସ୍ଥାନର ୧୦ ସାଂସଦ
# କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି, ତେଣୁ ଏହା ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କେବେ ହେଲେ ସମ୍ଭବ ହୋଇପାରିବ ନାହିଁ – କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୧ ହଜାର ମିଥ୍ୟା ବୟାନକୁ ପ୍ରକାଶ କରିଛି ଆମେରିକା ଖବର କାଗଜ ‘ୱାଶିଙ୍ଗଟନ୍‌ ପୋଷ୍ଟ’

Comments are closed.