ରାତି ୧୧ଟା: ମୁଖ୍ୟ ସମ୍ବାଦ

ବଡ ଖବର
# ବର୍ଷିୟାନ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି

# ଶନିବାର ସନ୍ଧ୍ୟା ୬ଟାରୁ ନିଜାମୁଦ୍ଦିନରେ ଥିବା ଶୀଲାଙ୍କ ଘରେ ଆରମ୍ଭ ହୋଇଛି ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ, ରବିବାର ଅପରାହ୍ନ ୨.୩୦ରେ ନିଗମ ବୋଧ ଘାଟରେ ହେବ ଅନ୍ତିମ ସଂସ୍କାର

ଆଞ୍ଚଳିକ
# ପାଟକୁରା ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା
# ଓଡିଶା ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବାର କ୍ଷମତା ରଖିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ
# ପ୍ରଦୂଷଣ ରୋକିବାକୁ ରାଜ୍ୟର ତିନି ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଗଡ଼ିବ ଇଲେକ୍ଟ୍ରିକ୍‌ ବସ୍
# କ୍ଷତିପୂରଣ ଦାବି କରି ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା
# ଖଦି ଓ ମହୁ ଚାଷ ଦୁର୍ନୀତିର ତଦନ୍ତ ଏବଂ ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ ଉପସ୍ଥାପନ ଦାବିରେ ଆଜି ବିଧାନସଭାରେ ହଟ୍ଟଗୋଳ
# ସୋସିଆଲ ମିଡିଆରେ ନାଗ ସାପ ସହ ଷ୍ଟଣ୍ଟ ମାମଲାରେ ରୋହିତ ମେହର ଗିରଫ, ନାଗ ସହ ଷ୍ଟଣ୍ଟ ସିନ୍‌ ପାଇଁ ଅନ୍‌ଲାଇନ୍‌ରେ ଆସୁଥିଲା ଟଙ୍କା
# ପାଟକୁରା ନିର୍ବାଚନ ପୂର୍ବରୁ ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା
# ଗଞ୍ଜାମ ଜିଲା ଆସିକାର ମାଗୁରା ଗାଁ ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର, ଘଟଣାର ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିର୍ଦ୍ଦେଶ
# ଭାରତର ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀକୁ ସ୍ଥାନ ଦେବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସାକ୍ଷାତ କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
# ଓଡ଼ିଶା ସରକାର ନିୟମିତ ଭାବେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନିଶ୍ଚୟ ଖୁସିର ବିଷୟ ବୋଲି କହିଛନ୍ତି ଅଲିମ୍ପିକ୍‍ସ ସ୍ୱର୍ଣ୍ଣପଦକ ବିଜେତା ଅଭିନବ ବିନ୍ଦ୍ରା

ଜାତୀୟ
# ଆସନ୍ତା ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ ଧୋନୀ, ସେଥିପାଇଁ ସେ ୱେଷ୍ଟଇଣ୍ଡିଜ୍ ଟୁର୍‌ରୁ ଓହରି ଯାଇଛନ୍ତି
# ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ଆନନ୍ଦୀ ବେନ୍ ପଟେଲ, ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଲାଲଜି ଟଣ୍ଡନ, ବିହାରର ରାଜ୍ୟପାଳ ଫଗୁ ଚୌହ୍ୱାନ, ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଜଗଦୀପ ଧନଖର, ତ୍ରିପୁରାର ରାଜ୍ୟପାଳ ଭାବେ ରମେଶ ବଇସ ଓ ନାଗାଲାଣ୍ଡର ରାଜ୍ୟପାଳ ଭାବେ ଆର ଏନ ରବି ନିଯୁକ୍ତ
# ଶ୍ରେଣୀ ଗୃହର ମନିଟର ହୋଇ ନପାରିବାରୁ ଆତ୍ମହତ୍ୟା କଲେ ତେଲଙ୍ଗାନାର ଜଣେ ୧୩ ବର୍ଷୀୟ ଛାତ୍ର
# ମହାରାଷ୍ଟ୍ରର ପୁଣେର କଦମବାକ ବସ୍ତି ନିକଟ ପୁଣେ-ସୋଲାପୁର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ
# ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ
# ଉତ୍ତରପ୍ରଦେଶ ସୋନଭଦ୍ରା ଜମିଜମା ଗଣ୍ଡଗୋଳରେ ହତ୍ୟାର ଶିକାର ହୋଇଥିବା ଲୋକଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧି
# ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଶିବସେନା ସାଂସଦ ସଞ୍ଜୟ ରାଉତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି
# ଶୀଲା ଥିଲେ କଂଗ୍ରେସ ଦଳର ପ୍ରିୟ ଝିଅ – କଂଗ୍ରେସ ନେତା ରାହୁଲ ଗାନ୍ଧୀ
# ଦିଲ୍ଲୀ ଏବଂ ମାତା ବୈଷ୍ଣୋ ଦେବୀଙ୍କ କଟରା ମଧ୍ୟରେ ଚାଲିବ ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ବନ୍ଦେ ଭାରତ ଏକ୍ସପ୍ରେସ
# ହରିୟାଣାର କୈଥଲରେ ଏକ ନବଜାତ କନ୍ୟାକୁ ନାଳରେ ଫିଙ୍ଗି ଦେଲା ମା

ଆନ୍ତର୍ଜାତିକ
# ବାଲାକୋଟ ଏୟାରଷ୍ଟ୍ରାଇକ ପରେ ନିଜର ଆକାଶ ମାର୍ଗ ବନ୍ଦ କରି ପାକିସ୍ତାନ ୫ହଜାର କୋଟି ଟଙ୍କା କ୍ଷତି ସହିଛି
# ଜମ୍ମୁ କାଶ୍ମୀରର ପୁଚ୍ଛ ଜିଲାର କୃଷ୍ଣା ଘାଟି, ଶାହପୁର ଏବଂ ମନକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ ସହ ମୋର୍ଟାର ମାଡ

Comments are closed.