ରାତି ୧୦ଟା: ମୁଖ୍ୟ ସମ୍ବାଦ

ବଡ ଖବର

# ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର ଘଟଣା, ଅନ୍ୟାଦେଶ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ କଳିଙ୍ଗ ହସ୍ପିଟାଲ ବାଦ
# ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ସାଂସଦ ଭବାନୀ ଚରଣ ପଟ୍ଟନାୟକ ପାଇବେ ‘ଗାନ୍ଧୀ ସେବା ସମ୍ମାନ’

ଆଞ୍ଚଳିକ
# ପାଟକୁରା ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା
# ଓଡିଶା ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବାର କ୍ଷମତା ରଖିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ
# ପ୍ରଦୂଷଣ ରୋକିବାକୁ ରାଜ୍ୟର ତିନି ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ ଗଡ଼ିବ ଇଲେକ୍ଟ୍ରିକ୍‌ ବସ୍
# କ୍ଷତିପୂରଣ ଦାବି କରି ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା
# ଖଦି ଓ ମହୁ ଚାଷ ଦୁର୍ନୀତିର ତଦନ୍ତ ଏବଂ ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ ଉପସ୍ଥାପନ ଦାବିରେ ଆଜି ବିଧାନସଭାରେ ହଟ୍ଟଗୋଳ
# ନବଜାତ ଶିଶୁର ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲା ସୋର ମେଡିକାଲରେ ଉତ୍ତେଜନା
# ରାଜ୍ୟରେ ୨୧ଟି ଜିଲ୍ଲାରେ ସ୍ଵାଭାବିକଠାରୁ କମ ବର୍ଷା ହୋଇଥିବା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି,୨୦୬ଟି ବ୍ଲକରେ ସ୍ଵାଭାବିକଠାରୁ କମ ବର୍ଷା
# ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ଦୁଇ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ଝାରସୁଗୁଡ଼ା ଏସ୍‌ପି କହିଛନ୍ତି, ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
# ଭୁବନେଶ୍ୱରରେ ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୨ ଗିରଫ, ୮ ବାଇକ୍‌ ଜବତ

ଜାତୀୟ
# ଆସନ୍ତା ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ ଧୋନୀ, ସେଥିପାଇଁ ସେ ୱେଷ୍ଟଇଣ୍ଡିଜ୍ ଟୁର୍‌ରୁ ଓହରି ଯାଇଛନ୍ତି
# ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ଆନନ୍ଦୀ ବେନ୍ ପଟେଲ, ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଲାଲଜି ଟଣ୍ଡନ, ବିହାରର ରାଜ୍ୟପାଳ ଫଗୁ ଚୌହ୍ୱାନ, ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଜଗଦୀପ ଧନଖର, ତ୍ରିପୁରାର ରାଜ୍ୟପାଳ ଭାବେ ରମେଶ ବଇସ ଓ ନାଗାଲାଣ୍ଡର ରାଜ୍ୟପାଳ ଭାବେ ଆର ଏନ ରବି ନିଯୁକ୍ତ
# ସଂଖ୍ୟାଲଘୁ ସମ୍ପ୍ରଦାୟ ଚିହ୍ନଟ ଲାଗି ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳଙ୍କ ମତାମତ ଲୋଡିଛନ୍ତି
# ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ – ଉତ୍ତର ପ୍ରଦେଶରେ ସଂଖ୍ୟାଲଘୁ ଓ ଦଳିତ ମାନଙ୍କୁ କ୍ରମାଗତ ଭାବେ ନିର୍ଯାତନା ଦିଆଯାଉଛି
# ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଶିବସେନା ସାଂସଦ ସଞ୍ଜୟ ରାଉତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି
# ଶୀଲା ଥିଲେ କଂଗ୍ରେସ ଦଳର ପ୍ରିୟ ଝିଅ – କଂଗ୍ରେସ ନେତା ରାହୁଲ ଗାନ୍ଧୀ
# ଦିଲ୍ଲୀ ଏବଂ ମାତା ବୈଷ୍ଣୋ ଦେବୀଙ୍କ କଟରା ମଧ୍ୟରେ ଚାଲିବ ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ବନ୍ଦେ ଭାରତ ଏକ୍ସପ୍ରେସ
# ଭିଡତନ୍ତ୍ରକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ବିବାଦୀୟ ବୟାନ – ଭିଡ ହିଂସା ହେଉଛି 1947 ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ

ଆନ୍ତର୍ଜାତିକ
# ଅନେକ ମାମଲାରେ ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ଚୀନ ଟ୍ରେଡ ୱାରରେ ନିଜ ସହିତ ଆସିବାକୁ ଭାରତକୁ ଅପିଲ କରିଛି
# ଇରାନ କବଜା କଲା ବ୍ରିଟେନ ତୈଳ ଟ୍ୟାଙ୍କର ଓ ଲାଇବେରିଆ ତୈଳ ଟ୍ୟାଙ୍କର, ଟ୍ୟାଙ୍କରରେ ଥିବା ୨୩ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ନାଗରିକ

Comments are closed.