ଘରୋଇ ଉପାୟରେ ଦୂର କରନ୍ତୁ ମୁଣ୍ଡବିନ୍ଧା

ବହୁ ସମୟରେ ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଏହି କାରଣରୁ ଲୋକେ ବିଭିନ୍ନ ପ୍ରକାର ଔଷଧ ସେବନ ମଧ୍ୟ କରିଥାଆନ୍ତି। ପ୍ରାୟତଃ ମାନସିକ ଦୁଶ୍ଚିନ୍ତା, ଦୁଃଖ, ରକ୍ତ ଚାପ, ଜ୍ୱର ଆଦି ବିଭିନ୍ନ କାରଣରୁ ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଛଡ଼ା ମାଇଗ୍ରେନ କାରଣରୁ ମଧ୍ୟ ମୁଣ୍ଡ ବିନ୍ଧିଥାଏ। କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ମାତ୍ର କିଛି ଏପରି ଖାଦ୍ୟଦ୍ରବ୍ୟ ରହିଛି ଯାହାକୁ ସେବନ କରିବା ଦ୍ୱାରା ଆମେ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ରକ୍ଷା ପାଇପାରିବା।
ମାଛ ତେଲ –
ମାଛ ତେଲରେ ଓମେଗା- ୩,ଫେଟି ଏସିଡ଼ ଆଦି ରହିଛି। ଯାହା ରକ୍ତ ପ୍ରବାହ ସୂଚାରୁ ରୂପେ କରିଥାଏ। ରକ୍ତ ଚାପ ନିୟନ୍ତ୍ରଣ କରିଥାଏ। ତେଣୁ ମାଛ ତେଲ କିମ୍ବା ମାଛ ଚର୍ବି ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ।
ଗରମ ପାଣି ଓ ଲେମ୍ବୁ –
ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ମୁଣ୍ଡ ବିନ୍ଧା ଯନ୍ତ୍ରଣାକୁ କମ କରିଥାଏ ଓ ସତେଜ ମଧ୍ୟ ଅନୁଭୂତ ହୋଇଥାଏ।
ଅଦା ଚା’ –
ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସଠିକ ଭାବେ ହେଲେ ମୁଣ୍ଡ ବିନ୍ଧା ହୋଇନଥାଏ। ଅଦାରେ ଆଣ୍ଟି- ଇନଫ୍ଲେମେଟରୀ ଗୁଣ ରହିଛି। ଯାହା ଫଳରେ ଅଦା ଚା’ ପିଇବା ଦ୍ୱାରା ଏହି ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳେ।
ବାଦାମ କ୍ଷୀର –
ବାଦାମରେ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ଯେକୌଣସି ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। କ୍ଷୀର ସହ ବାଦାମ ମିଶାଇ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।

Comments are closed.