ଜାଣନ୍ତୁ ଆଇପିଏଲର ୧୪ ସଫଳ ବୋଲର ଯେଉଁମାନଙ୍କ ନାଁରେ ରହିଛି ଏହି ବିରଳ ରେକର୍ଡ

0

ନୂଆଦିଲ୍ଲୀ: ଟି-୨୦ କ୍ରିକେଟର ଶର୍ଟ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କଠାରୁ ଅଧିକ ଚାପରେ ରୁହନ୍ତି ବୋଲର। ଛୋଟ ବାଉଣ୍ଡାରି ଏବଂ ଫିଲ୍ଡରମାନଙ୍କ ପାଇଁ ଲାଗୁ ହେଉଥିବା କଡ଼ା ନିୟମ ଯୋଗୁ ବୋଲରମାନେ ଚିନ୍ତାରେ ପଡ଼ିଯାଆନ୍ତି। ଏହାସତ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଅନେକ ବୋଲର ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଛନ୍ତି। ଲକ୍ଷ୍ମୀପତି ବାଲାଜୀଙ୍କଠାରୁ ଆରମ୍ଭ କରି ଜୟଦେବ ଉଡାନକଟଙ୍କ ପର୍ଯ୍ୟନ୍ତ ୧୪ ଜଣ ଏଭଳି ବୋଲର ରହିଛନ୍ତି, ଯେଉଁମାନେ ଆଇପିଏଲରେ ୧୭ ହ୍ୟାଟ୍ରିକ ଉଇକେଟ ନେବାରେ ସଫଳ ହେବା ସହ ବିଳର ରେକର୍ଡର ଅଧିକାରୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀୟ ବୋଲର।

ଦିଲ୍ଲୀ ଡେୟାର ଡେଭିଲ୍ସର ସ୍ପିନର ଅମିତ ମିଶ୍ରାଙ୍କ ନାମରେ ଏକ ଭଲ ହ୍ୟାଟ୍ରିକ ରେକର୍ଡ ରହିଛି। ସେ ଆଇପିଏଲର ଭିନ୍ନ ଭିନ୍ନ ସିଜନରେ ୩ଥର ହ୍ୟାଟ୍ରିକ ନେଇଛନ୍ତି। ତାହା ପୁଣି ଅଲଗା ଅଲଗା ଟିମ ସହ ଖେଳିବା ସମୟରେ। ୨୦୦୮ରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ, ୨୦୧୧ରେ ଡେକାନ ଚାର୍ଜର ଏବଂ ୨୦୧୩ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବା ସମୟରେ ଏହି ହ୍ୟାଟ୍ରିକ ନେଇଥିଲେ।

ସେହିପରି ୨୦୧୭ ଏପ୍ରିଲ ୧୪ରେ ଆଇପିଏଲ ମ୍ୟାଚରେ ୨ ଜଣ ବୋଲର ହ୍ୟାଟ୍ରିକ ନେଇଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ସାମୁଏଲ ବଦ୍ରି ଏବଂ ଗୁଜରାଟ ଲାୟନ୍ସର ଆଣ୍ଡ୍ରୁ ଟାୟ ହ୍ୟାଟ୍ରିକ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆର ଅଲରାଉଣ୍ଡର ଟାୟ ଆଇପିଏଲରେ ୨ଟି ଭିନ୍ନ ଭିନ୍ନ ଟିମ ପାଇଁ ଖେଳିବା ସମୟରେ ୨ଥର ହ୍ୟାଟ୍ରିକ ନେଇଥିଲେ।

ସେହିପରି ଏହି ତାଲିକାରେ ରହିଛନ୍ତି ସ୍ପିନର ପ୍ରବୀଣ ତାମ୍ବେ, ଯୁବରାଜ ସିଂହ, ମଖୈୟା ଏନଟିନି, ରୋହିତ ଶର୍ମା, ପ୍ରବୀଣ କୁମାର, ଅଜିତ ଚାଣ୍ଡିଲା, ସୁନୀଲ ନାରିନ, ସେନ ୱାଟସନ, ଅକ୍ଷର ପଟେଲ।

Leave A Reply