ଉତ୍ତରପ୍ରଦେଶ ସର୍ବାଧିକ ଘୃଣା ଅପରାଧ ପ୍ରବଣ ରାଜ୍ୟ

0

ମିରଟ୍‍: ଘୃଣା ଜନିତ ଅପରାଧ ଘଟଣା ଉତ୍ତର ପ୍ରଦେଶରେ ସର୍ବାଧିକ ବୋଲି ଆମ୍‍ନେଷ୍ଟି ଇଣ୍ଟରନ୍ୟାଶ୍‍ନାଲ୍‍ ନାମକ ଏକ ବେସରକାରୀ ସଂସ୍ଥା କହିଛି। ମାନବାଧିକାର ପାଇଁ କାମ କରୁଥିବା ଉକ୍ତ ସଂସ୍ଥାର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଅଦ୍ୟାବଧି ୧୦୦ଟି ଘୃଣା ଜନିତ ହିଂସାକାଣ୍ଡ ଘଟିଛି। ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୮ଟି, ଗୁଜରାଟ୍‍ରେ ୧୩ଟି, ରାସ୍ଥାନରେ ୮ଟି, ତାମିଲନାଡ଼ୁ ଓ ବିହାରରେ ୭ଟି ଲେଖାଏଁ ଘଟଣା ଘଟିଛି। ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ସବୁଠାରୁ ଅଧିକ ଏହି ଧରଣର ଅପରାଧର ଶିକାର ହୋଇଛନ୍ତି। ୨୦୧୫ରୁ ୨୦୧୮ ମଧ୍ୟରେ ୬୦୩ଟି ଏଭଳି ଘଟଣା ଘଟିଥିବା ସଂସ୍ଥାର ୱେବ୍‍ସାଇଟ୍‍ରେ ଉଲ୍ଲେଖ ରହିଛି। ଗୋଚାଲାଣ ଓ ହନର କିଲିଂ ହିଁ ଏଭଳି ଅପରାଧର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

Leave A Reply