ହସ୍ତର କେଉଁ ରେଖାକୁ ଜୀବନ ରେଖା କୁହାଯାଏ, ଜାଣନ୍ତୁ ଏହା ସହ ଜଡିତ କିଛି ବିଶେଷ ସଙ୍କେତ

ହସ୍ତରେଖା ଜ୍ୟୋତିଷ ଅନୁସାରେ, ହାତରେ ଥିବା କିଛି ରେଖା ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସେଗୁଡିକ ମଧ୍ୟରୁ ମସ୍ତିକ ରେଖା, ହୃଦୟ ରେଖା ଏବଂ ଜୀବନ ରେଖା ବିଶେଷ ମହତ୍ତ୍ବ ରଖେ । ବୁଢା ଆଙ୍ଗୁଠିର ତଳ ଭାଗରେ ଥିବା ରେଖାକୁ ଜୀବନ ରେଖା କୁହାଯାଏ । ତେବେ ଏହି ଜୀବନ ରେଖା କେଉଁ ବ୍ୟକ୍ତିଙ୍କ ପାଇଁ ଶୁଭ ଓ ଅଶୁଭ ସଙ୍କେତ ଦେଇଥାଏ ଆସନ୍ତୁ ଜାଣିବା ।
ହାତରେ ଥିବା ଜୀବନ ରେଖା ଅଧିକ ଲମ୍ବା, ମୋଟା ଓ ସ୍ପଷ୍ଟ ଦେଖାଗଲେ, ତାହା ଶୁଭ ହୋଇଥାଏ । ଯଦି ସେହି ଜୀବନ ରେଖାରେ କୌଣସି ପ୍ରକାର ଗାର ବା କ୍ରସ୍ ଦେଖାଯାଏ ତେବେ ତାହା ଅଶୁଭ ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କ ଜୀବନ ରେଖା ଓ ମସ୍ତିକ ରେଖା ମଧ୍ୟରେ ପାର୍ଥକ୍ୟ ବହୁତ କମ୍ ଥାଏ, ସେହି ବ୍ୟକ୍ତି ଖୋଲା ବିଚାରଧାରା ବା ଚିନ୍ତାଧାରାର ହୋଇଥାଆନ୍ତି ।
ଜୀବନରେଖା ଉପରେ ଜଞ୍ଜିର ଆକୃତିର ରେଖା ନଜର ଆସିଲେ, ଏହା ଶରୀର ପାଇଁ ଶୁଭ ସଙ୍କେତ ନୁହେଁ ।
ଯଦି ଜୀବନ ରେଖା ଦୁଇ ଭାଗରେ ବିଭକ୍ତ ହୋଇଥାଏ ଏବଂ ଏହି ଦିୁଇ ଭାଗର ପାର୍ଥକ୍ୟ ଅଧିକ ଥାଏ, ତେବେ ଜୀବନରେ ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ ।

Comments are closed.