ହରିୟାଣା ନଗର ନିଗମ ନିର୍ବାଚନରେ ବିଜେପିର କ୍ଲିନ୍‍ ସୁଇପ୍‍

0

ପାନିପଥ : ହରିୟାଣାର ୫ଟି ନଗର ନିଗମ ଏବଂ ୨ଟି ନଗରପାଳିକା ନିର୍ବାଚନରେ ବିଜେପି ବାଜିମାତ କରିଛି। ବୁଧବାର ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ ପାନିପଥରୁ ବିଜେପିର ମେୟର ପ୍ରାର୍ଥୀ ଅବନିତ କୌର, ରୋହତକରେ ବିଜେପି ମେୟର ପ୍ରାର୍ଥୀ ମନମୋହନ ଗୋଏଲ, ହିସାରରୁ ଗୌତମ ସରଦାନା ଏବଂ ଯମୁନାନଗରରୁ ମଦନ ଚୌହାନ, କର୍ଣ୍ଣାଲରୁ ବିଜେପିର ମେୟର ପ୍ରାର୍ଥୀ ରେଣୁବାଳା ଗୁପ୍ତା ବିଜୟୀ ହୋଇଛନ୍ତି। ଏହି ବିଜୟ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମ ୪ ବର୍ଷ ଭଲ କାର୍ଯ୍ୟର ଏହା ଫଳ ବୋଲି ସେ କହିଛନ୍ତି। ପାନିପଥର ସମସ୍ତ ୧୨ଟି ଆସନରେ ବିଜେପି ବିଜୟୀ ହୋଇଛି।
ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଅନୁସାରେ ଡିସେମ୍ବର ୧୬ରେ ନଗର ନିଗାମ ନିର୍ବାଚନ ପାଇଁ ମତଦାନ ହୋଇଥିଲେ। ୧୩୬ଟି ୱାର୍ଡର ୭୦% ଭୋଟର ମତଦାନ କରିଥିଲେ। ଏଥିରେ ୭୩୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ରୋହତକ, ହିସାର, ଯମୁନାନଗର, ପାନିପଥ ଏବଂ କର୍ଣ୍ଣଲ ନଗର ନିଗମ ସମେତ ଜାଖଲମଣ୍ଡି (ଫତେହବାଦ) ଏବଂ ପୁଣ୍ଡରୀ (କୌଥଲ) ନଗର ପାଳିକା ପାଇଁ ନିର୍ବାଚନ ହୋଇଥିଲା।

Leave A Reply