୫୬ ବର୍ଷରେ ହର୍ଷିଲ ଉପତ୍ୟକାର ରୂପ

0

ଉତ୍ତରାଖଣ୍ଡର ସୁଇଜରଲ୍ୟାଣ୍ଡ ଭାବେ ଜଣାଯାଉଥିବା ‘ହର୍ଷିଲ’ ଉପତ୍ୟକା ଏକ ନୂତନ ପରିଚୟ ପାଇଛି ବୋଲି ସ୍ଥାନୀୟ ଲୋକଙ୍କ ମତ। ୧୯୬୨ ଚୀନ୍ ଯୁଦ୍ଧ ପରେ ଏଇ ସ୍ଥାନକୁ ପର୍ଯ୍ୟଟକ ଯିବା ନିମିତ୍ତ ବିଭିନ୍ନ କଟକଣା ଜାରି କରାଯାଇଥିଲା। ଗତ ବର୍ଷ ଜୁନ୍‌ରେ ସ୍ଥାନୀୟ ପ୍ରଶାସନର ସହାୟତାରେ ଏସବୁ କଟକଣାକୁ ଉଠାଇ ଦିଆଯାଇଛି। ଏହା ପରଠାରୁ ଉଭୟ ଦେଶୀବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ବଢ଼ିବାରେ ଲାଗିଛି। ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଭାଗିରଥୀ ନଦୀ କୂଳରେ ‘ହର୍ଷିଲ’ ଉପତ୍ୟକାର ଆକର୍ଷଣୀୟ ପରିବେଶ ଦେଖିବାକୁ ମିଳିଥାଏ। ସମୁଦ୍ର ପତ୍ତନଠାରୁ ୭୬୮୦ ଫୁଟ୍ ଉପରେ ଅବସ୍ଥିତ ‘ହର୍ଷିଲ ଗ୍ରାମ’ କୁ ଚିହ୍ନଟ କରିଥିଲେ ଜନୈକ ଇଂରେଜ ଶାସକ। ୧୮୦୦ ଶତାବ୍ଦୀବେଳକୁ ଇଷ୍ଟଇଣ୍ଡିଆ କମ୍ପାନୀର ଉଚ୍ଚପଦସ୍ଥ କର୍ମଚାରୀ ଫ୍ରେଡରିକ ୱିଲସନ୍ ଏହି ଗ୍ରାମର ସବୁଜିମାରେ ବିମୋହିତ ହୋଇ ଏହାକୁ ହିଲ୍-ଷ୍ଟେସନ୍‌ର ମାନ୍ୟତା ଦେବା ସହ ଭାରତର ସୁଇଜରଲ୍ୟାଣ୍ଡ ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ହୋଟେଲ ମାଲିକ ମାଧବେନ୍ଦ୍ର ସିଂହ ରାୱତ୍ କହିଛନ୍ତି ଜାନୁଆରୀ ୨୦୧୮ ପରଠାରୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଅଧିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିଛନ୍ତି। ଜୁନ୍‌ରେ ୨୦ହଜାର ଭାରତୀୟ, ୯ହଜାର ବିଦେଶୀ ପର୍ଯ୍ୟଟକଙ୍କ ଗହଣରେ ହର୍ଷିଲ ଉପତ୍ୟକାର ନୂଆ ରୂପ ଦେଖିବାକୁ ମିଳିଥିଲା।

Leave A Reply