ହରେନ୍‍ ପାଣ୍ଡ୍ୟା ହତ୍ୟା ମାମଲା : ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ରିଭ୍ୟୁ ପିଟିସନ୍‍ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ହରେନ୍‍ ପାଣ୍ଡ୍ୟା ହତ୍ୟା ମାମଲାର ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ସମୀକ୍ଷା ବା ରିଭ୍ୟୁ ପିଟିସନ୍‍କୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କର ଜୁଲାଇ ୫ ତାରିଖର ରାୟରେ ହତ୍ୟା ମାମଲା ସହ ଜଡ଼ିତ ୧୦ ଜଣ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ରାୟକୁ କାଏମ ରଖିଥିଲେ। ଜଷ୍ଟିସ୍‍ ଅରୁଣ ମିଶ୍ର ଓ ବୀନିତ୍‍ ସରନ୍‍ଙ୍କ ଖଣ୍ଡପୀଠ ୧୨ଜଣ ଦୋଷୀ ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ଦୋଷୀ ବ୍ୟକ୍ତି କରିଥିବା ସମୀକ୍ଷା ପିଟିସନ୍‍କୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ପୂର୍ବରୁ ସୁପ୍ରିମକୋର୍ଟ ସେମାନଙ୍କୁ ଦୋଷମୁକ୍ତ କରି ଗୁଜରାଟ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଥିଲେ। ଗୁଜରାଟର ତତ୍କାଳୀନ ଗୃହ ମନ୍ତ୍ରୀ ହରେନ୍‍ ପାଣ୍ଡ୍ୟାଙ୍କୁ ୨୦୦୩ ମାର୍ଚ୍ଚ ୨୬ ତାରିଖରେ ତାଙ୍କର କାର୍‍ ଭିତରେ ମୃତ ଅବସ୍ଥାରେ ଠାବ କରାଯାଇଥିଲା।

Comments are closed.