ହାର୍ଦ୍ଧିକଙ୍କୁ ଚାପୁଡା ମାରିଥିବା ତରୁଣଙ୍କ ଖୁଲାସା

ନୂଆଦିଲ୍ଲୀ : ଗୁଜରାଟର ସୁରେନ୍ଦ୍ରନଗର ଜିଲାରେ ଏକ ନିର୍ବାଚନ ସଭାରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ ତରୁଣ ଗଜ୍ଜର ନାମକ ଜଣେ ବ୍ୟକ୍ତି ଚାପୁଡା ମାରିଥିବା ଦେଖିବାକୁ ମିଳିଥିଲା। ପରେ ସେ କାହିଁକି ଏପରି କରିଥିଲେ ତାର ଖୁଲାସା କରିଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସୂଚନା ଅନୁସାରେ, ୨୦୧୫ ଅଗଷ୍ଟ ମାସରେ ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ଏନେଇ ପତ୍ନୀଙ୍କ ଚିକିତ୍ସା ଚାଲୁଥିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଯାହା ପାଇଁ ମୁଁ ଚିନ୍ତା କରିଥିଲି ହାର୍ଦ୍ଧିକଙ୍କୁ କେବେ ନା କେବେ ବୁଦ୍ଧି ଶିଖାଇବି।
ସେ ଆହୁରି କହିଛନ୍ତି, ଅହମ୍ମଦାବାଦରେ ହାର୍ଦ୍ଧିକଙ୍କ ରାଲି ପାଇଁ ମୋ ପିଲାଙ୍କ ଔଷଧ ଆଣିପାରିନଥିଲି। ସେ କିଏ ଯେତେବେଳେ ଚାହୁଁଛନ୍ତି ଗୁଜରାଟ ବନ୍ଦ କରୁଛନ୍ତି? ହାର୍ଦ୍ଧିକ ହିଟଲର କି ବୋଲି ତରୁଣ ପ୍ରଶ୍ନ କରିଛନ୍ତି। ପୁଲିସ ସୂଚନା ଅନୁସାରେ ହାର୍ଦ୍ଧିକଙ୍କୁ ଚାପୁଡା ମାରିଥିବା ବ୍ୟକ୍ତି କୌଣସି ରାଜନୈତିକ ଦଳର ନୁହନ୍ତି। ଘଟଣାର ତଦନ୍ତ ଚାଲୁଥିବା ପୁଲିସ କହିଛି। ଏହା ପୂର୍ବରୁ ହାର୍ଦ୍ଧିକଙ୍କୁ ଚାପୁଡା ମାରିବାକୁ ଦୁଇଥର ଯୋଜନା କରିଥିବା ତରୁଣ କହିଛନ୍ତି।

Comments are closed.