ହାର୍ଦ୍ଦିକ ପଟେଲଙ୍କୁ ପୁଣି ଝଟକା ; ଲଢି ପାରିବେ ନାହିଁ ନିର୍ବାଚନ

ଗୁଜୁରାଟ : ଗୁଜୁରାଟର ପଟିଦାର ଆନ୍ଦୋଳନର ମୁଖ୍ୟ ଏବଂ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆସନ୍ତା ନିର୍ବାଚନ ଲଢି ପାରିବେ ନାହିଁ । ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କୁ ମିଳିଥିବା ସଜା ଉପରେ ରହିତାଦେଶ ଜାରି କରିବା ପାଇଁ ହାର୍ଦ୍ଦିକ ପଟେଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଅନ୍ୟପକ୍ଷରେ ନାମାଙ୍କନ ପତ୍ର ଦାଖଲ ପାଇଁ ୪ ଏପ୍ରିଲ ଶେଷ ତାରିଖ ହୋଇଥିବାରୁ ହାର୍ଦ୍ଦିକ ପଟେଲ ନିର୍ବାଚନ ଲଢିବା ଏକ ପ୍ରକାର ଅସମ୍ଭବ ହୋଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ୨୯ରେ ଗୁଜୁରାଟର ଉଚ୍ଚ ନ୍ୟାୟାଳୟ ଏହି ୨୦୧୫ରେ ହୋଇଥିବା ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କୁ ମିଳିଥିବା ଦୁଇ ବର୍ଷର ସଜା ଉପରେ ରୋକ ଲଗାଇବାକୁ ମନା କରି ଦେଇଥିଲେ ।

Comments are closed.