ସରିଲା ମଙ୍ଗଳକୃତ୍ୟ,ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି   

0

ଆରଡି: ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଚଳିତ  ବିବାହ ଉତ୍ସବ ନିମନ୍ତେ  ଶନିବାର ପୂର୍ବପ୍ରସ୍ତୁତି  ଅନୁଯାୟୀ ମଙ୍ଗଳକୃତ୍ୟ(ମଙ୍ଗନ) କାର୍ଯ୍ୟ ବୈଦିକ ରୀତିନୀତି ଓ ଲୈାକିକ ଚାରରେ ବର ଓ କନ୍ୟା ପିତା ମାତାଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି । ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ମନ୍ଦିରର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି ।  ବିଶେଷକରି ଦେବଦମ୍ପତିଙ୍କ ଯୁଗୋଳ ମୂର୍ତ୍ତୀକୁ ଦର୍ଶନ କରିବା ପାଇଁ  ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ।

ଗତ ଦୁଇଦିନ ଧରି  ପୀଠରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ ଲାଗି ରହିଛି । ଏହି ବିବାହ ଉତ୍ସବରେ ହରହର ମହାଦେବ ଆଖଣ୍ଡଳମଣି ସାଜିବେ ବର ହିମାଳୟ ନନ୍ଦିନୀ ତଥା ଦକ୍ଷରାଜାଙ୍କ କନ୍ୟା ମାତା ପାର୍ବତୀ ସାଜିବେ କନ୍ୟା  । ଏଥିସହ ପବନ ପୁତ୍ର ହନୁମାନ ସାଜିବେ ବରଧରା ସମ୍ପୁର୍ଣ୍ଣ ବୈଦିକ ଓ ଲୋକାଚାରରେ ଅନୁଷ୍ଠିତ ହେବ ଏହି ବିବାହ ଉତ୍ସବ । ରବିବାର ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସମ୍ପନ୍ନ ହେବା ପରେ    ଦିବା ୧୧ଟା ରେ   କନ୍ୟାପିତାଙ୍କ ଘରୁ ପବନ ପୁତ୍ର ହନୁମାନ ବରଧରା ସାଜି ଏକ ବିରାଟ ପଟୁଆର ସହ ଶୋଭାଯାତ୍ରାରେ ବାହାରିବେ ବରପିତାଙ୍କ ଘର ଅଭିମୁଖେ । ତାହସହ ଅପରାହ୍ନ ୪ଟାରେ ବାବାଙ୍କୁ   ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା  ସହ   ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯିବ । ପରେ ଅପରାହ୍ନ ୫ଟାରେ ଦିଅଁ ମଙ୍ଗୂଳା କାର୍ଯ୍ୟ ଓ ସଂଧ୍ୟା ୭ଟାରେ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ଚଳନ୍ତି ପ୍ରତିମା ହର ଗମନ କରିବେ କନ୍ୟାପିତାଙ୍କ ଘରକୁ ଏହି ଗମନରେ ସମସ୍ତ ଦେବାଦେବୀଙ୍କ ସହ ଭୁତପିଶ୍ଚାଚ ଓ  ମାନବ ବରଯାତ୍ର ଭାବେ ଯିବେ ମଣିବାବାଙ୍କ ସାଥିରେ । ବାଜା-ବାଣ ରୋଶଣୀରେ ପ୍ରକମ୍ପିତ ହୋଇ ଉଠିବ ସମଗ୍ର ପୀଠ । ପରେ ରୀତିନୀତି ଅନୁଯାୟୀ ରାତ୍ରରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ ନିମନ୍ତେ ପାଣି ଗ୍ରହଣ ନୀତକାନ୍ତିି । ଏଥିପାଇଁ ପୀଠ ହୋଇ ପଡିଛି ବେଶ ଉସôବ ମୁଖର ବଇନା ନେଇଥିବା କଟକ ସାଅନ୍ତସାହିର ବିଦୁ୍ୟତ୍ କାରିଗରୀଙ୍କ ପକ୍ଷରୁ ଆଲୋକ ସଜ୍ଜା ସରିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ଘଣ୍ଟୁଆ ସେବକଙ୍କ ସହ ପ୍ରସିଦ୍ଧ ସାହିମେଢର ନୃତ୍ୟ ଶିଳ୍ପୀମାନେ ପହଁଚି ସାରିଛନ୍ତି ପୀଠରେ  । ଢେଙ୍କାନାଳର ଦୁଲୁଦୁଲିବାଦ୍ୟ ,କେନ୍ଦୁଝରର କଳସନୃତ୍ୟ. ବାନ୍ଥା ନୃତ୍ୟ, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୟୁରଚୂଳ ବାଦ୍ୟ, କଳାହାଣ୍ଡିର ଘୁମୁରା ନାଚ , ବାଲେଶ୍ୱରର ପାଇକ ଆଖଡା,ବ୍ରହ୍ମପୁରର ଯୋଡିଶଙ୍ଖ , କଙ୍କାଳ ନାଚ, ଝୁମର ବାଦ୍ୟ ସମେତ  ରାଜ୍ୟର ବହୁ ନାମିଦାମୀ ବାଦ୍ୟକାରମାନଙ୍କ ସହ  ଓ ବିଭିନ୍ନ ଜିଲାର ସଂକିର୍ତ୍ତନ ମାନେ  ଏବେ ପହଁଚି ସାରିଛନ୍ତି ଆରଡି ପୀଠରେ ।

Leave A Reply