ରିଲିଜ୍ ହେଲା ହିମେଶଙ୍କ ‘ହାପି ହାର୍ଡି ଆଣ୍ଡ ହୀର’ର ଟିଜର

ମୁମ୍ବଇ: ବଲିଉଡ଼ କଣ୍ଠଶିଳ୍ପୀ ତଥା ଅଭିନେତା ହିମେଶ ରେଶମିୟାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ ହୀର’ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି। ପୂର୍ବରୁ ଏହାର ମୋଶନ୍ ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏବେ ଏହାର ମ୍ୟୁଜିକ୍ ଟିଜର୍ ରିଲିଜ୍ ହୋଇଛି। ଏଥିରେ ହିମେଶ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ। ୩ ମିନିଟର ଏହି ଟିଜରରେ ମୁଖ୍ୟତଃ ହିମେଶଙ୍କୁ ହିଁ ଦେଖିବାକୁ ମିଳିଛି। ଏଥିରେ ସେ ଦୁଇଟି ଭୂମିକାରେ ଅଭିନୟ କରିଛନ୍ତି। ସୋନିଆ ମନ୍‌ଙ୍କୁ ଚଳଚ୍ଚିତ୍ରରେ ହିମେଶଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିବ। ଦୀପଶିଖା ଦେଶମୁଖ ଓ ସବିତା ମାଣକଚନ୍ଦଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ରାକା ସେନ୍ ବହନ କରିଛନ୍ତି। ଏହା ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପରଦାକୁ ଆସିବ।

Comments are closed.