ସୁସ୍ମିତା ସେନ ଓ ତାରା ସୁତାରିଆଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଭାରତୀୟ ପ୍ରଥମ ମହିଳା ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ୍ ୟୁନିଭର୍ସ) ମୁକଟ ଜିତିଥିବା ବଲିଉଡ ନାୟିକା ସୁସ୍ମିତା ସେନ ମଙ୍ଗଳବାର ୪୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ୧୯୭୫ମସିହା ନଭେମ୍ବର ୧୯ରେ ହାଇଦରାବାଦର ଏକ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଏବେ ସେ ମହାରାଷ୍ଟ୍ରର ରାଜଧାନୀ ମାୟାନଗରୀ ମୁମ୍ବଇରେ ବସବାସ କରୁଛନ୍ତି। ସୁସ୍ମିତା ୧୯୯୪ ମସିହା ୨୧ମେ’ରେ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ୍ ୟୁନିଭର୍ସ) ସମ୍ମାନରେ ସମ୍ମାନିତ ହୋଇଥିଲେ। ଯାହା ଭାରତ ପାଇଁ ଏକ ଐତିହାସିକ ଦିନ ଥିଲା। ସେ ମାତ୍ର ୧୮ବର୍ଷ ବୟସରେ ଏହି ଉପାଧି ଜିତିବାରେ ସଫଳ ହୋଇଥିଲେ। ସେ ପରେ ୧୯୯୬ମସିହାରେ ହିନ୍ଦୀ ଚଳଚ୍ଚିତ୍ର “ଦସ୍ତକ” ମାଧ୍ୟମରେ ବଲିଉଡ଼ରେ ପାଦ ଥାପିଥିଲେ।

pic courtesy-youtube

ତାଙ୍କର ଅନେକ ଗୁଡିଏ ଚଳଚ୍ଚିତ୍ର ବକ୍ସ ଅଫିସରେ ବ୍ଲକ ବ୍ଲଷ୍ଟର ହୋଇଥିଲା। ସେଥିମଧ୍ୟରେ ରହିଛି- ୧୯୯୯ରେ ମୁକ୍ତିଲାଭ କରିଥିବା “ସିର୍ଫ ତୁମ”, “ବିବି ନଂ”-୧(୧୯୯୯), “ଆଂଖେ”(୨୦୦୨), “ମେ ହୁଁ ନା”(୨୦୦୪), “ମେନେ ପ୍ୟାର କ୍ୟୁ କିଆ”(୨୦୦୫) ଭଳି ଅନେକ ଚଳଚ୍ଚିତ୍ର।

pic courtesy-dailyhunt

ଖୁବ ଦିନ ହେବ ସୁସ୍ମିତା ନିଜ ଠାରୁ ୧୫ ବର୍ଷ ସାନ କାଶ୍ମୀର ନିବାସୀ ରୋହମନଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଖବର ଆସୁଛି। ମାତ୍ର ଏନେଇ ଉଭୟଙ୍କ ବିବାହର ସଠିକ ଖବର ମିଳିପାରିନାହିଁ। ମାତ୍ର ଆଗାମୀ ବର୍ଷ ଉଭୟଙ୍କ ବିବାହ ହୋଇପାରେ ବୋଲି ଚଚ୍ଚା ହେଉଛି। ସୂଚନା ଅନୁସାରେ, ରୋହମଙ୍କ ପୂର୍ବରୁ ମଧ୍ୟ ପ୍ରଯୋଜକ ବିକ୍ରମ ଭଟ୍ଟ, ନିର୍ଦ୍ଦେଶକ ମୁଦ୍ଦସର ଅଜୀଜ, ହୋଟେଲ ମାଲିକ ସଞ୍ଜୟ ନାରଙ୍ଗ, ବଲିଉଡ଼ ଅଭିନେତା ରଣଦୀପ ହୁଡ୍ଡା, ବିଲ୍ଡର ଇମ୍ତିୟାଜ୍ ଖତ୍ରୀ, ବଣ୍ଟି ସଚଦେବ, ବ୍ୟବସାୟୀ ଅନୀଲ ଅମ୍ବାନୀ ଓ ପୂର୍ବ ପାକିସ୍ତାନୀ କ୍ରିକେଟର ୱାସିମ ଅକରମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା।

pic courtesy-bollywoodshadiss.com

ଅନେକଗୁଡିଏ ପ୍ରେମ ସମ୍ପର୍କ ଥାଇ ମଧ୍ୟ ସୁସ୍ମିତା ଏପର୍ୟ୍ୟନ୍ତ ବିବାହ କରି ନାହାନ୍ତି ହେଲେ ସେ ଦୁଇ ସନ୍ତାନଙ୍କ ମାଆ ସାଜିଛନ୍ତି। ସୁସ୍ମିତାଙ୍କର ଦୁଇ ଜଣ ପାଳିତ କନ୍ୟା (ରେନୀ ଓ ଅଲୀଷା)ଅଛନ୍ତି। ସେ ତାଙ୍କ କ୍ୟାରିୟରର ପ୍ରାରମ୍ଭ ସମୟରେ ରେନୀଙ୍କୁ ପୋଷ୍ୟ କନ୍ୟା ଭାବେ ଆପଣାଇ ନେଇଥିଲେ। ଏହାର କିଛି ବର୍ଷ ପରେ ଅଲୀଷାଙ୍କୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଥିଲେ।

pic courtesy-india tv

ସେହିପରି ବଲିଉଡର ନବାଗତା ନାୟିକା ତାରା ସୁତାରିଆ ଆଜି(ମଙ୍ଗଳବାର) ୨୪ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ୧୯୯୫ମସିହା ନଭେମ୍ବର ୧୯ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଏକ ଜୋରାଷ୍ଟିଆନ ଫାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୧୦ମସିହାରେ ଏକ ଟିଲିଭିଜନ କାର୍ୟ୍ୟକ୍ରମରେ ବାଲ୍ୟ କଳାକାର ଭାବେ ଅଭିନୟ କରିଥିଲେ। ପରେ ସେ ଚଳିତବର୍ଷ ମୁକ୍ତିଲାଭ କରିଥିବା କରଣ ଜୋହର ନିର୍ଦେଶିତ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ ଦି ଇୟର-୨ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଟାଇଗର ଶ୍ରଫ ଅଭିନୟ କରିଥିଲେ। ଯାହା ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏବଂ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟାବସାୟ ମଧ୍ୟ କରିଥିଲା। ସେହିପରି ନିକଟରେ ତାଙ୍କ ଅଭିନୀତ ଆଉ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଯାହାର ନାମ ‘ମରଜାୱାଁ’।

pic courtesy-india.com

ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ସିଦ୍ଧାର୍ଥ ମଲହୋତ୍ରା। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିବା ସୂଚନା ମଳିଛି। ମିଳାପ ଜାଭେରୀଙ୍କ ନର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ତାରା ସୁତାରିୟା ଓ ସିଦ୍ଧାର୍ଥଙ୍କ ବ୍ୟତୀତ ରିତେଶ ଓ ରକୁଲ ପ୍ରୀତ ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ରିତେଶଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି।

pic courtesy-chamboard

Comments are closed.