ମହେଶ ଭଟ୍ଟଙ୍କୁ ଜନ୍ମଦିନର ଶୁଭେଚ୍ଛା

0

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଶୁକ୍ରବାର ୭୧ ବର୍ଷ ବୟସରେ ପାଦ ଦେଇଛନ୍ତି। ମହେଶ ୧୯୪୮ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୬ବର୍ଷ ବୟସରେ ବଲିଉଡରେ ପାଦ ଦେଇଥିଲେ। ତାଙ୍କର ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର ହେଉଛି ମନଜିଲେନ ଅର ଭିହୈ। ସେ ବଲିଉଡକୁ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ନିର୍ମିତ ତଥା ନିର୍ଦେଶିତ ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ରହିଛି ଆଶିକି, ଆଶିକି-୨, ଜଖମ୍, ଜିସ୍କ-୨, ମର୍ଡର, ମର୍ଡର-୨, ରାଜ୍, ପାପ୍, ସଡକ ଭଳି ଅନେକ ଚଳଚ୍ଚିତ୍ର। ସେ “ରାଜ” ଚଳଚ୍ଚିତ୍ର ପାଇଁ ୨୦୦୩​‌ରେ ଆଇଫା ପୁରସ୍କାର ପାଇଥିଲେ। ତାଙ୍କ ନିର୍ଦେଶିତ ସିନେମା ଜଖମ, ସାରହାନ୍ସ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲା।

ମହେଶ ଭଟ୍ଟ ଦୁଇ ଥର ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଲୋରେନ ବ୍ରାଇଟ୍। ଯିଏ ବର୍ତ୍ତମାନ କିରଣ ଭଟ୍ଟ ନାମରେ ପରିଚିତ।  ମହେଶ ଭଟ୍ଟ ଓ କିରଣ ଭଟ୍ଟଙ୍କର ଦୁଇଟି ସନ୍ତାନ ଅଛନ୍ତି ଜଣଙ୍କର ନାମ ପୂଜା ଭଟ୍ଟ ହୋଇଥିଲାବେଳେ ଆଉ ଜଣେ ରାହୁଲ ଭଟ୍ଟ। ସେହିପରି ତାଙ୍କର ଦ୍ବିତୀୟ ପତ୍ନୀ ହେଉଛନ୍ତି ସୋନି ରାଜଦାନ। ମେହଶ ଓ ସୋନିଙ୍କର ଦୁଇଟି ସନ୍ତାନ ଅଛନ୍ତି ଜଣଙ୍କର ନାମ ଶାହିନ ଭଟ୍ଟ ଓ ଆଉ ଜଣଙ୍କ ନାମ ଆଲିଆ ଭଟ୍ଟ। ମହେଶଙ୍କୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଟ୍ବିଟରରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଞ୍ଜୟ ଟ୍ବିଟରରେ ଏକ ପତ୍ର ଲେଖି ତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି।

ପ୍ରଥମ ଥର ଆଲିଆ ମହେଶଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଡ଼କ’ର ସ୍ବିକେଲରେ କାମ କରୁଛନ୍ତି।

Leave A Reply