ପ୍ରଭୁ ହନୁମାନଙ୍କ ପୂଜାରେ ମହିଳାଙ୍କ ପାଇଁ କିଛି ନିୟମ

ପ୍ରଭୁ ହନମାନ ହେଉଛନ୍ତି ଭଗବାନ ଶିବଙ୍କର ଏକ ରୂପ। ତାଙ୍କୁ ଭକ୍ତିର ସହ ପୂଜା କରିବା ଦ୍ବାରା ଭକ୍ତଙ୍କ ମନରୁ ଭୟ ଓ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଦ୍ବାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କିନ୍ତୁ ହନୁମାନଙ୍କୁ ପୂଜା କରିବା ବେଳେ କିଛି ବିଶେଷ ନିୟମ ପାଳନ କରିବା ଉଚିତ। ପ୍ରଭୁ ହନୁମାନଙ୍କୁ ବାଳ ବ୍ରହ୍ମଚାରୀ କୁହାଯାଇଛି। ତେଣୁ ମହିଳା ଓ ଝିଅମାନେ ତାଙ୍କୁ ସ୍ପର୍ଶ କରିବା ଅନୁଚିତ। କିନ୍ତୁ ମହିଳାମାନେ ପ୍ରଭୁ ହନୁମାନଙ୍କୁ ପୂଜା କରିବା ବେଳେ କିଛି ନିୟମ ମାନିବା ଉଚିତ ..

ହନୁମାନଙ୍କୁ କେବେ ବି ମହିଳାମାନେ ସିନ୍ଦୂର ଲଗାଇବା ଉଚିତ ନୁହେଁ।

ବିଶେଷ କରି ମହିଳାମାନେ ହନୁମାନଙ୍କୁ ପଇତା ପିନ୍ଧାଇବା ଉଚିତ ନୁହେଁ।

ଏହାସହ ମହିଳାମାନେ ବଜରଙ୍ଗ ବାଣ ପାଠ କରିବା ଅନୁଚିତ।

ମହିଳା ଓ ଝିଅମାନେ ହନୁମାନଙ୍କୁ ପୂଜା କରିବା ବେଳେ ତାଙ୍କୁ ସ୍ପର୍ଶ କରନ୍ତୁ ନାହିଁ।

ମହିଳାମାନେ ହନୁମାନଙ୍କୁ ପୁଷ୍ପ ଚଢାନ୍ତୁ ନାହିଁ।

ଏହାସହ ତାଙ୍କ ଚରଣରେ ଦୀପ ଜଳାଇ ପୂଜା କରିବା ଉଚିତ।

Comments are closed.