ପ୍ରାକୃତିକ ଉପାୟରେ ହାତକୁ କରନ୍ତୁ ସୁନ୍ଦର ଓ କୋମଳ

0

ସୁନ୍ଦର ଓ କୋମଳ ହାତ ପାଇଁ ଆମକୁ ନିୟମିତ ଭାବେ ଯତ୍ନ ନେବାକୁ ପଡ଼ିଥାଏ । ତେବେ ଆସନ୍ତ ଜାଣିବା ପ୍ରାକୃତିକ ଉପାୟରେ କିପରି ହାତକୁ କୋମଳ ଓ ସୁନ୍ଦର କରିପାରିବା ?

ଅଣ୍ଡା ଓ ଗ୍ଲିସେରିନ୍‌ :
ଏକ ଚାମଚ ଗ୍ଲିସେରିନ୍‌, ଅଣ୍ଡାର ହଳଦିଆ ଅଂଶ, ଏକ ଚାମଚ ବାଦାମ ଗୁଣ୍ଡ, ଏକ ଚାମଚ ଗୋଲାପ ଜଳକୁ ଭଲ ଭାବରେ ମିଶାନ୍ତୁ । ସେହି ମିଶ୍ରଣକୁ ସପ୍ତାହରେ ୩-୪ ଥର ହାତରେ ଲଗାନ୍ତୁ । ହାତ କୋମଳ ହୋଇଯିବ ।


ଲହୁଣି ଓ ମହୁ :
ଏକ ଚାମଚ ମହୁ, ତିନି ଚାମଚ ଲହୁଣି ଓ ଏକ ଚାମଚ ଗୋଲାପ ଜଳକୁ ଭଲ ଭାବରେ ମିଶାଇ ହାତରେ ମାଲିସ କରନ୍ତୁ । ଏହାକୁ ଉଭୟ ହାତ ଓ ମୁହଁରେ ଲଗାଇ ପାରିବେ । ଏହା ଦ୍ବାରା ତ୍ଵଚାରେ ଚମକ ଆସିଥାଏ ।


ବାଦାମ କ୍ରିମ୍‌ :
ଦୁଇ ଚାମଚ ବାଦାମ ତେଲରେ ଗୋଟେ ଚାମଚ ମହୁ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ସେହି ମିଶ୍ରଣକୁ ହାତରେ ମାଲିସ କରନ୍ତୁ । ତାପରେ ହାତରେ ଗ୍ଲୋବସ୍‌ ପିନ୍ଧି ଶୁଅନ୍ତୁ । ସକାଳୁ ଉଠି ଅଳ୍ପ ଉଷୁମ ପାଣିରେ ହାତକୁ ଧୋଇ ଦିଅନ୍ତୁ । କିଛି ଦିନ ନିୟମିତ ଏପରି କରିବା ପରେ ଫରକ ନିଜେ ଜାଣିପାରିବେ ।

Leave A Reply