ସ୍ମାର୍ଟଫୋନ ପରି ହାତ ଚାର୍ଜ ପାଇଁ ବ୍ୟତିବ୍ୟସ୍ତ ହେଲେ ଏହି ମହିଳା, ଜାଣନ୍ତୁ କାରଣ

0

ବର୍ତ୍ତମାନ ପରିସ୍ଥିତିରେ ଅନ୍ୟତମ ଆବଶ୍ୟକତା ହେଉଛି ସ୍ମାର୍ଟଫୋନର ବ୍ୟାଟେରି ସରିଲେ, ଯଥାଶୀଘ୍ର ତାହାକୁ ଚାର୍ଜ କରିବା। ରାସ୍ତାକଡ଼ ଦୋକାନରେ ହେଉ, ରେଳଷ୍ଟେସନ୍, ବିମାନବନ୍ଦର, ଯେଉଁଠାରେ ଚାର୍ଜିଂ ପଏଣ୍ଟ ଦେଖିବେ, ସେଠାରେ ଲୋକଙ୍କ ଭିଡ଼। କାରଣ କିଛି ସମୟ ପାଇଁ ହେଉପଛକେ, ଫୋନ୍ ଚାର୍ଜ ହୋଇଯାଉ।

ଏହିଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଆମେରିକାର ଅଷ୍ଟିନ୍ ସହରରେ ଚାଲିଥିବା ‘ସିନେଉତ୍ସବ’ରେ। ବିଭିନ୍ନ ବର୍ଗର ଲୋକେ ଟି-ବ୍ରେକ୍ ସମୟରେ ନିଜ ସ୍ମାର୍ଟଫୋନ୍ ଚାର୍ଜ କରିବାକୁ ସେଠାରେ ଥିବା ଚାର୍ଜିଂ ପଏଣ୍ଟରେ ଭିଡ଼ ଲଗାଇଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅଭିନେତ୍ରୀ ଆଞ୍ଜେଲ୍ ଗୁଇଫ୍ରିୟା।

ସମସ୍ତେ ନିଜ ସ୍ମାର୍ଟଫୋନ୍ ଚାର୍ଜିଂ ପାଇଁ ବ୍ୟସ୍ତ ଥିବାବେଳେ ଆଞ୍ଜେଲ୍ କିନ୍ତୁ ନିଜ ହାତକୁ ଚାର୍ଜ କରିବାକୁ ଚାହୁଁଥିଲେ। ତାଙ୍କର ଗୋଟିଏ ହାତ କୃତ୍ରିମ ବାୟୋନିକ୍ ହାତ ହୋଇଥିବାରୁ ଚାର୍ଜ କରିବା ପ୍ରମୁଖ ଆବଶ୍ୟକତା ଥିଲା। ଉପସ୍ଥିତ ଲୋ​‌କେ ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ। ଆଞ୍ଜେଲ୍ ସିନେଉତ୍ସବର ଆୟୋଜକଙ୍କୁ ଅବଗତ କରାଇଲେ ହେଲେ, ସେ ମଧ୍ୟ କିଛି ସାହାଯ୍ୟ କରିପାରିଲେ ନାହିଁ।

ଏଣେ ହାତର ସାମର୍ଥ୍ୟ କମ୍ ହୋଇଯାଉଥାଏ। ଶେଷରେ ୧ଘଣ୍ଟା ଅପେକ୍ଷା କରିବା ପରେ ଆଞ୍ଜେଲଙ୍କୁ ଗୋଟିଏ ଚାର୍ଜିଂ ପଏଣ୍ଟରେ ସ୍ଥାନ ମିଳିଲା। ୨୦ ମିନିଟ୍ ଚାର୍ଜ ପରେ ତାଙ୍କ ହାତ ପୁଣି ସକ୍ରିୟ ହୋଇଉଠିଲା। ଉପସ୍ଥିତ ଅନ୍ୟଲୋକଙ୍କୁ ସେ ନିଜର ଏହି ଆବଶ୍ୟକତା ପୁଣି ବୁଝାଇଥିଲେ। କାହା ପାଇଁ ଟାବଲେଟ୍, ସ୍ମାର୍ଟଫୋନ୍, ଲ୍ୟାପଟପ୍ ଚାର୍ଜ କରାଇବା ଅତ୍ୟାବଶ୍ୟକ ହୋଇଥିଲାବେଳେ ତାଙ୍କ ପାଇଁ କୃତ୍ରିମ ହାତ ଚାର୍ଜ କରାଇବା ସବୁଠୁ ଜରୁରୀ ବୋଲି କହିଛନ୍ତି ଆଞ୍ଜେଲ୍ ।

Leave A Reply