ଆକାଶରୁ ଆକାଶକୁ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

0

ବେଙ୍ଗାଲୁରୁ : ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ୍) ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ)ରୁ ଆକାଶରୁ ଆକାଶ ମାର୍ଗକୁ କ୍ଷେପଣାସ୍ତ୍ର ପ୍ରୟୋଗ ପରୀକ୍ଷା ସଫଳ ହୋଇଛି। ହାଲ୍ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ପ୍ରଥମ ଥର ପାଇଁ ଆକାଶରେ ଚଳନ୍ତା ଯାନରୁ ଶତ୍ରୁ ପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ଧ୍ବଂସ କରାଯିବାର ପରୀକ୍ଷା ସଫଳ ହୋଇଛି। ଓଡିଶାର ଚାନ୍ଦିପୁରସ୍ଥିତ ସମନ୍ବିତ ଟେଷ୍ଟ ରେଞ୍ଜରୁ ନିକଟରେ ଏହି ପରୀକ୍ଷା କରାଯାଇଥିବା କୁହାଯାଇଛି। ୱିଙ୍ଗ କମାଣ୍ଡର ସୁଭାଷ ପି ଜନ୍ (ଅବସରପ୍ରାପ୍ତ), କ​‌େ​‌ର୍ଣ୍ଣଲ ରଞ୍ଜିତ ଚିତାଲେ (ଅବସରପ୍ରାପ୍ତ) ଓ ଗ୍ରୁପ କ୍ୟାପଟେନ ରାଜୀବ ଦୁବେ ଏହି ମିସନରେ ସାମିଲ ହୋଇଥିଲେ। ହାଲ୍ ସିଏମଡି ଆର ମାଧବନ କହିଛନ୍ତି ଯେ ଏହି ସଫଳତା ଭାରତର ପ୍ରତିରକ୍ଷା ପାଇଁ ଏକ ମାଇଲ ଖୁଣ୍ଟ। ଭାରତ ସୈନ୍ୟ ବାହିନୀରେ ନିୟୋଜିତ କୌଣସି ହେଲିକପ୍ଟର ପାଖରେ ଏହି ଦକ୍ଷତା ପ୍ରଦର୍ଶନ କରିବାର କ୍ଷମତା ନାହିଁ। ଏହି ହେଲିକପ୍ଟର ସିଆଚେନ ଗ୍ଲାସିୟର ଭଳି ଉଚ୍ଚତାରେ ମଧ୍ୟ ଉଡାଣ କରାଯାଇପାରିବ।

Leave A Reply