ଏହି ସବୁ ଖାଦ୍ୟ ଖାଆନ୍ତୁ, କେଶ ସମସ୍ୟାରୁ ମୁକ୍ତି ପାଆନ୍ତୁ

0

କେଶ ଝଡିବା ଆଜି ଦିନରେ ଏକ ସାଧାରଣ ସମସ୍ୟା। ବିଭିନ୍ନ ପ୍ରକାରର ତେଲ ବା ଶାମ୍ପୁ ବ୍ୟବହାର କରିବା ଦ୍ବାରା ଏଭଳି ସମସ୍ୟା ଦେଖା ଦେଇଥାଏ ବୋଲି କେତେକ ମତ ଦିଅନ୍ତି। କିନ୍ତୁ ଏସବୁ ମଧ୍ୟରେ ଆମେ ଭୁଲି ଯାଉ ଯେ, କେଶ ଝଡିବା ଖାଦ୍ୟପାନୀୟ ଉପରେ ନିର୍ଭର କରେ। ତେବେ ଆସନ୍ତୁ ଜାଣିବା ଭୋଜନ ତାଲିକାରେ କେଉଁ କେଉଁ ଖାଦ୍ୟ ସାମିଲ କରିବା ଦ୍ବାରା କେଶ ସୁସ୍ଥ ରହିବା ସହ ଖୁବ୍ ସୁନ୍ଦର ହୋଇଥାଏ ।

ପାଳଙ୍ଗ ଶାଗ: ଆୟରନ୍ ଅଭାବରୁ କେଶ ଝଡିବା ସମସ୍ୟା ଦେଖାଯାଏ । ପାଳଙ୍ଗ ଶାଗରେ ଆଇରନ୍, ଭିଟାମିନ୍ ‘ଏ’ ଓ ‘ସି’, ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । ଯାହା କେଶ ଝଡିବା ବନ୍ଦ କରିବାର ଗୁରୁତ୍ଵପୁର୍ଣ୍ଣ ଭୂମିକା ରହିଛି । ପାଳଙ୍ଗକୁ ପ୍ରାକୃତି କଣ୍ଡିସନର ବୋଲି ମଧ୍ୟ କୁହାଯାଏ । ଏଥିରେ ଓମେଗା-୩ ଏସିଡ୍, ମ୍ୟଗ୍ନେସିୟମ ଓ କ୍ୟାଲସିୟମ ରହିଥାଏ। ଯାହା ଦ୍ବାରା କେଶ ସୁସ୍ଥ ରହିଥାଏ ।

ଅଣ୍ଡା ଓ କ୍ଷୀର ଜାତୀୟ ଦ୍ରବ୍ୟ: କେଶ ଲମ୍ବା ଓ ମୋଟା ପାଇଁ ଅଣ୍ଡା ଏବଂ କ୍ଷୀରରୁ ପ୍ରସ୍ତୁତ ଦ୍ରବ୍ୟ(କ୍ଷୀର ଓ ଦହି) ଅତ୍ୟନ୍ତ ଲାଭଦାୟକ । ଅଣ୍ଡାରେ ପ୍ରୋଟିନ୍, ଭିଟାମିନ ବି୧୨, ଆୟରନ ଏବଂ ଓମେଗା ୬ ଫେଟି ଏସିଡ ରହିଥିବା ବେଳେ କ୍ଷୀର ଜାତିୟ ଦ୍ରବ୍ୟରେ ଭିଟାମିନ୍ ବି୭ ରହିଛି । ଯାହା କେଶ ଝଡିବା ବନ୍ଦ କରେ ।

ନଟ୍ସ ବା ଡ୍ରାଏ ଫ୍ରୁଟସ୍: କେଶ ଝଡିବା ବନ୍ଦ କରିବାକୁ ଚାହୁଁଥିଲେ ଖାଦ୍ୟ ତାଲିକାରେ ନଟ୍ସ ବା ଡ୍ରାଏ ଫ୍ରୁଟସ୍ ସାମିଲ କରନ୍ତୁ ।

ପିଜୁଳି: ପିଜୁଳିରେ ଭିଟାମିନ ‘ବି’ ଏବଂ ‘ସ’ ରହିଥାଏ । ଯାହା କେଶ ଝଡିବା ବନ୍ଦ କରିବା ସହ ଘନ ମଧ୍ୟ ହୋଇଥାଏ ।

ଯଅ: ଯଅରେ ଭିଟାମିନ୍ ‘ଇ’ ରହିଥାଏ, ଯାହା ପତଳା କେଶକୁ ଘନ କରିବାରେ ସାହଯ୍ୟ କରେ ।

ଚିକେନ୍: ଚିକେନରେ ପ୍ରୋଟିନ୍ ରହିଥାଏ । ଯାହା କେଶ ପାଇଁ ଉତ୍ତମ ଅଟେ ।

ଫ୍ଲେକ୍ ସିଡ୍(ଅଲସୀ ମଞ୍ଚି): ଏଥିରେ ଓମେଗା-୩ ଫେଟି ଏସିଡ ପ୍ରଚୁର ମାତ୍ରାରେ ରହିଥାଏ । ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରି ପାରିବେ  ଏବଂ ଏହାର ଜେଲକୁ ମଧ୍ୟ ସିଧାସଳଖ କେଶରେ ଲଗାଇ ପାରିବେ ।

ଗାଜର: ଗାଜର କେବଳ ଆଖି ପାଇଁ ଉପକରୀ ତାହା ନୁହେଁ ଏହା କେଶ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‘ଏ’ ଥାଏ । ଯାହା କେଶ ଝଡିବା ରୋକିବା ସହ କଣ୍ଡିସନର ପରି କାମ କରେ ।

କମଳା ବା ଲେମ୍ବୁ: ପ୍ରତ୍ୟେହ ଲେମ୍ବୁ ବା କମଳା ରସ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ।

କନ୍ଦମୂଳ: କେଶକୁ ସୁସ୍ଥ ରଖିବାକୁ କନ୍ଦମୂଳ ଅତ୍ୟନ୍ତ ଲାଭକାରୀ ଅଟେ ।

Leave A Reply