ଗୁରୁବାର ରାଶିଫଳ

0

ମେଷ: ମନରେ ଗର୍ବଭାବ ଜାତ ହୋଇପାରେ। ମନରେ ପ୍ରସନ୍ନତା ଦେଖା ଦେବ। ଉନ୍ନତ ମାର୍ଗରେ ଆଗକୁ ବଢ଼ି ପାରନ୍ତି। କର୍ମକ୍ଷେତ୍ରରେ ଉପଯୁକ୍ତ ସିଦ୍ଧାନ୍ତ ଗ୍ରହଣ କରିବେ। ଧୈର୍ଯ୍ୟବାନ ହେବେ। ଧନ ଭୋଗର ସୂଚନା ମିଳୁଛି।

ବୃଷ: ଘାତଚନ୍ଦ୍ର ଭୋଗ ହେତୂ ସତର୍କତାର ସହ ଚଳିବାକୁ ପଡ଼ିବ। ପ୍ରିୟ ଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ବି ମିଳିପାରେ। ଅନୁଚର ଯୁକ୍ତ ହେବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତାଦି ଲାଭ କରିବେ।

ମିଥୁନ: ଅସୁସ୍ଥତା ଅନୁଭବ କରିପାରନ୍ତି। ଧୈର୍ଯ୍ୟ ହାନି ଘଟିପାରେ। ଚିନ୍ତା ବୃଦ୍ଧି ହେବ। ସମସ୍ୟା ବୃଦ୍ଧି ହେବ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ପ୍ରଦୂଷଣ ମୁକ୍ତ ଘରେ ବାସ କରିପାରନ୍ତି।

କର୍କଟ: ରୋଜଗାରକୁ କେନ୍ଦ୍ର କରି ଘରେ ଅଶାନ୍ତି ବୃଦ୍ଧି ହୋଇପାରେ। କର୍ମ ଚଞ୍ଚଳତା ପ୍ରକାଶ ପାଇବ। ସକଳ ଗୁଣର ଆଧାର ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ସୁଖ ଭୋଗ କରିବେ। ବିବାଦରେ ବିଜୟୀ ହେବେ।

ସିଂହ: ବିଭିନ୍ନ ଦିଗରୁ ଅସୁବିଧା ଉପୁଜି ପାରେ। ଏହାର ଦୂରୀକରଣ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଶୁଭ ସମ୍ବାଦ ପାଇ ଖୁସି ହେବେ। ଗୁରୁକୃପା ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।

କନ୍ୟା: ଉଚ୍ଚ ଆଶା ଫଳବତୀ ହେବ। ଆୟ ରୋଜଗାର ଆଶାନୁରୂପ ବୃଦ୍ଧି ହେବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ହେବେ।

ତୁଳା: ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି। ଦୁଶ୍ଚିନ୍ତା ଦୂର ହୋଇପାରେ। ଭ୍ରାତୃ ସ୍ନେହ ଅତୁଟ ରହିବ। ପ୍ରିୟଭାଷୀ ଭାବେ ସାମାଜିକ ଆଦର ଲାଭ କରିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ସାମୟିକ ଭାବେ ଅନୁଭବ କରିବେ। ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।

ବିଛା: କାର୍ଯ୍ୟରେ ଆଗ୍ରହୀ ହେବେ। ଆୟ ଯଥେଷ୍ଟ ପରିମାଣର ହୋଇପାରେ। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥାଗମର ସୁଯୋଗ ସୃଷ୍ଟି ହୋଇଛି। ବିଭାଗ ତରଫରୁ ଅର୍ଥ ମିଳିବ। ସର୍ବ କୁଶଳ ଆଶା କରାଯାଏ।

ଧନୁ: ଯାହା କରିବାକୁ ଇଚ୍ଛା କରିବେ; ତୁରନ୍ତ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସମ୍ମାନିତ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ଉପୁଜି ଥିବା ସମସ୍ତ ଅସୁବିଧା ଅଚୀରେ ଦୂର ହେବ।

ମକର: ଅଧିକ ପରିଶ୍ରମ କରି କାର୍ଯ୍ୟ ହାସଲ କରିପାରନ୍ତି। ଦେବ ଦର୍ଶନରେ ଉପୁଜି ଥିବା ସମସ୍ୟା ଓ ଲାଗି ରହିଥବା ଅସୁବିଧା ଦୂର ହୋଇପାରେ। ଧନ ସହିତ ଦ୍ରବ୍ୟ ଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

କୁମ୍ଭ: ସାମାନ୍ୟ ଅସୁସ୍ଥା ଅନୁଭବ କରିପାରନ୍ତି। ଉଚ୍ଚସ୍ଥାନ ଆରୋହଣ ସତର୍କତାର ସହ କରିବାକୁ ପଡ଼ିବ। ଜଳଯାତ୍ରା ମନା। ଯାନବାହନରେ ସତର୍କ ରହିବେ। ଶାସ୍ତ୍ର ଜ୍ଞାନର ଆଧାର ହେବେ। ଦେବଦ୍ୱିଜ ପରାୟଣ ଓ ବ୍ରତକର୍ତ୍ତା ହୋଇପାରନ୍ତି।

ମୀନ: ସୁଖ ସମ୍ଭୋଗର ଦିନଟି ଆଜି। ଭଗବାନଙ୍କ ଆଶୀର୍ବାଦ ପାଇବେ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅବିବାହିତ ମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ।

Leave A Reply