ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

0

କନ୍ଧମାଳ: ଗୋଳା ବାରୁଦ ଓ ଦେଶୀ ବନ୍ଧୁକ କାରଖାନା ଚଳାଉଥିବା ଅଭିଯୋଗରେ ଗୋଚ୍ଛାପଡା ପୁଲିସ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ଗୋଳା ବାରୁଦ ଏବଂ କିଛି ବନ୍ଧୁକ ତିଆରି ଉପକରଣ ମିଳିଛି । ଗୋଚ୍ଛାପଡା ଥାନା ଅନ୍ତର୍ଗତ କିଲୁପଙ୍ଗାର କାଡିସାରୁ ଗାଁର ପ୍ରଦୀପ କହ୍ନାର ଦୀର୍ଘ ଦିନ ଧରି ଘରେ ଗୋଳା ବାରୁଦ ଓ ଦେଶୀ ବନ୍ଧୁକ କାରଖାନା ଚଳାଇ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢଉ କରିଥିଲା। ଚଢଉ ବେଳେ ପ୍ରଦୀପ ପୁଲିସଙ୍କ ଉପରକୁ ଗୋଳା ବାରୁଦ ପିଙ୍ଗିଥିଲେ । ସୌଭାଗ୍ୟ ବଶତଃ ଏଥିରେ କୌଣସି ପୁଲିସ ଅଧିକାରୀ ମୃତାହତ ହୋଇନଥିବା ଜଣାପଡିଛି ।

 

Leave A Reply