ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

0

ଅନୁଗୋଳ : ଆଠମଲ୍ଲିକ ଥାନା ଅଇଡା ଗାଁରେ ଅଘଟଣ । ଗତ ବିଳମ୍ବିତ ରାତ୍ରିରେ ଦୁବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପତିନି ପ୍ରଧାନ । ତାଙ୍କ ସ୍ବାମୀଙ୍କୁ ଆଠମଲ୍ଲିକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡିଛି ଏମାନେ ସମସ୍ତେ ଇଟା ଭାଟି ରେ କାମ କରନ୍ତି । ତେବେ କିଏ କାହିଁକି ଗୁଳି ମାଡ଼ କଲା ତାହାକୁ ନେଇ ସନ୍ଦେହ ଉପୁଜିଛି। ଘଟଣାସ୍ଥଳରେ ପୋଲିସ ପହଁଚି ଘଟଣାର ଅନୁଧ୍ୟାନ କରୁଛି ।

Leave A Reply