ହଲିଉଡର ଏପରି ହେଟେଲେ, ରାତିଏ ରହିଲେ ଦେବାକୁ ପଡେ ୭୦ ହଜାର

ଫ୍ଲୋରିଡା : ସାରା ବିଶ୍ବରେ ଅନେକ ହୋଟେଲ ଅଛି । ଯାହା ନିଜର ଭିନ୍ନ ଓ ସ୍ବତନ୍ତ୍ର ଧରଣର ନିର୍ମାଣ ଶୈଳୀ ପାଇଁ ବେଶ ପ୍ରସିଦ୍ଧ । ତେବେ ଆମେରିକାର ଫ୍ଲୋରିଡା ସ୍ଥିତ ହଲିଉଡରେ ନିର୍ମିତ ହୋଇଛି ଏକ ଅତ୍ୟାଧୁନିକ ହୋଟେଲ, ଯାହା ଦେଖିବାକୁ ଠିକ୍ ଏକ ‘ଗିଟାର’ ଭଳି। ଗିଟାର ଆକାରର ଏହି ହୋଟେଲ ବିଶ୍ବରେ ଏ ଧରଣର ପ୍ରଥମ ହୋଟେଲ। ଗତ ଶୁକ୍ରବାର ଦିନ ଏହି ହୋଟେଲ ଉଦଘାଟିତ ହୋଇଛି।

ତେବେ ଏହି ହୋଟେଲରେ ରହିବା ନିମନ୍ତେ ଗୋଟିଏ ରାତିକ ପାଇଁ ପ୍ରାୟ ୭୦ ହଜାର ଟଙ୍କା ଦେବାକୁ ପଡିବ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୬୩୮ଟି ଆରାମ ଦାୟକ ପ୍ରକୋଷ୍ଠ ଥିବା ଏହି ହୋଟେଲ ନିର୍ମାଣ ପାଇଁ ୧୦.୬୨ ହଜାର କୋଟି ଟଙ୍କା ବ୍ୟୟ ହୋଇଛି।

୪୫୦ ଫୁଟ୍ ଉଚ୍ଚ ଏହି ଅନନ୍ୟ ହୋଟେଲ ମଧ୍ୟରେ ଏକ ବଡ଼ ହଲ୍ ମଧ୍ୟ ରହିଛି । ଯେଉଁଥିରେ ଏକ ସମୟରେ ୬୫୦୦ ଲୋକ ବସି କାର୍ଯ୍ୟକ୍ରମ ଉପଭୋଗ କରିପାରିବେ।

ଏହି ହୋଟେଲ ମଧ୍ୟରେ ୧୯ଟି ରେସ୍ତୋରାଁ ରହିଛି । ହୋଟେଲ ପରିସରରେ ୧୩ ଏକର ପରିମିତ ଅଞ୍ଚଳରେ ଲନ୍ ଓ ସୁଇମିଂ ପୁଲ୍  ରହିଛି। ଏହା ବ୍ୟତୀତ ୩୨ ହଜାର ବର୍ଗ ଫୁଟରେ ସ୍ପା ଓ ସେଲୁନ ରହିଛି।

୩୨ ମହଲା ବିଶିଷ୍ଟ ଏହି ହୋଟେଲକୁ ଇଞ୍ଜିନୟରିଂର ଏକ ଅନନ୍ୟ ଉପହାର ବୋଲି କୁହାଯାଉଛି । ତେବେ ଆଉ ଏକ ବିଶେଷ କଥା ହେଉଛି ଯେ ଏହି ହୋଟେଲ ପାଖରେ ହିଁ ୧୬୮ ପ୍ରକୋଷ୍ଠ ବିଶିଷ୍ଟ ଏକ ସାତ ତାରକା ଓଏସିସ ଟାୱାର ମଧ୍ୟ ଅଛି।

Comments are closed.