ଜିଆର୍‍ଏସ୍‍ ସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

0

ବଡ଼ସାହି : ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ(ଜିଆର୍‍ଏସ୍‍) ମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସଂଘ ପକ୍ଷରୁ ବିଧାୟକ ଗଣେଶ୍ୱର ପାତ୍ରଙ୍କୁ ସୋମବାର ପ୍ରଦାନ କରାଯାଇଛି। ସଂଘର ସମ୍ପାଦକ ପରମେଶ୍ୱର ବିଶ୍ୱାଳ ଓ ଉପଦେଷ୍ଟା ପ୍ରଦୀପ୍ତ କିଶୋର ଉପାଧ୍ୟାୟଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ବଡ଼ସାହି ଓ ବେତନଟୀ ବ୍ଳକର ୫୬ଜଣ ଜିଆର୍‍ଏସ୍‍ ବିଧାୟକଙ୍କ ବାସଭବନକୁ ଯାଇ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ନାଏକ, ପ୍ରଦୀପ ଦାସ, ସସ୍ମିତା ଗୋଚ୍ଛାୟତ, ସୁକାନ୍ତି ସିଂ, ପ୍ରଭାତ ଗିରିଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ। ଜିଆରଏସ୍‍ ମାନଙ୍କୁ ନିୟମିତ କରିବା ତଥା ବିଭିନ୍ନ ଦାବି ନେଇ ରାଜ୍ୟ ସଂଘ ପକ୍ଷରୁ ନଭେମ୍ବର ୧୫ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ପୂର୍ବକ ବିଧାନସଭା ସମ୍ମୁଖରେ ଧାରଣା ଦେଉଛନ୍ତି। ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ସେମାନଙ୍କ ଦାବି ପୂରଣ ହେଉନଥିବାରୁ ଅଦ୍ୟାବଧି କାର୍ଯ୍ୟରେ ଯୋଗ ଦେଉନାହାନ୍ତି। କାର୍ଯ୍ୟରେ ଯୋଗ ନଦେଲେ ଚାକିରୀରୁ ବହିଷ୍କାର କରାଯିବା ନେଇ ପ୍ରତ୍ୟେକଙ୍କୁ ନୋଟିସ ମଧ୍ୟ ଆସିଛି। କେତେକ ଜିଲାରେ ତାହା କାର୍ଯ୍ୟକାରୀ ମଧ୍ୟ କରାଗଲାଣି। ଫଳରେ ଗ୍ରାମରୋଜାଗାର ସେବକଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଆନ୍ଦୋଳନ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଧାୟକ ସଙ୍ଗେ ସଙ୍ଗେ ଦାବିପତ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ଖୁବଶୀଘ୍ର ସେମାନଙ୍କ ଦାବି ପୂରଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply