ଏନଏଚ୍ ଅବରୋଧ କଲେ ହାତୀପଲ, ଦୁଇ ଜଣଙ୍କୁ କଚାଡି ମାରିଲେ

0

ଢେଙ୍କାନାଳ: ଦିନକୁ ଦିନ ହାତୀପଲଙ୍କ ଉପଦ୍ରବ ଢେଙ୍କାନାଳରେ ବୃଦ୍ଧି ପାଇବାରେ ଲାଗିଛି । ହାତୀପଲଙ୍କ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହ ୫୫ ନମ୍ବର ଜାତୀୟ ରାଜପଥ ଆଜି ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଯାତାୟତ ବନ୍ଦ ରହିବା ସହ ରାସ୍ତାର ଉଭୟ ପାଶ୍ବରେ ଶହ ଶହ ଗାଡି ଅଟକି ରିହିଥିଲା। ବନବିଭାଗ ହାତୀପଲଙ୍କୁ ଘଉଡାଇବା ପରେ ଚଳଚଳ ସ୍ବାଭାବିକ ହୋଇଥିଲା।

ଅନ୍ୟ ପଟେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ଚାଉଳିଆ  ଗାଁର ଅଚ୍ୟୁତ ରାଉତ ଓ ଗଁଦିଆ ଥାନା ଦାମଦରନାଳି ଗାଁରେ ନିରଞ୍ଜନ ମହାନ୍ତି । ସକାଳେ ଶୌଚ ପାଇଁ ଯାଇଥିବା ବେଳେ ସେମାନଙ୍କୁ ହାତୀପଲ କଚାଡି ମାରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗାଁରେ ସାମନ୍ୟ ଉତ୍ତେଜନା ଦେଖିବାକୁ ମଳିଥିଲା । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସ୍ଥାନୀୟଲୋକେ ଦାବି କରିଥିଲେ ।

Leave A Reply