ଧାରଣାରେ ବସିଲେ ବ୍ୟାଣ୍ଡ, ବାଜା ସହ ଯାଉଥିବା ବର : ପ୍ରଶଂସା କଲେ ଜିଲ୍ଲାବାସୀ

ମହୋବା(ୟୁପି) : ବର ଓ ବରଯାତ୍ରୀଙ୍କୁ ନେଇ ଅନେକ ସମୟରେ ଅନେ କଥା ଶୁଣିବାକୁ ମିଳିଥାଏ ଅବା ଦେଖିବାକୁ ମିଳିଥାଏ। ତେବେ ବାଜା, ବାଣ ଓ ବରଯାତ୍ରୀଙ୍କୁ ନେଇ ବିବାହ କରିବାକୁ ଯାଉଥିବା ବର କେବେ ଧାରଣାରେ ବସିବା ଆପଣ ଶୁଣିଛନ୍ତି। ହେଲେ ଏହା ସଂପୂର୍ଣ୍ଣ ସତ ଆଉ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତର ପ୍ରଦେଶର ମହୋବାରେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀଙ୍କୁ ନେଇ ଘୋଡାରେ ବସି ଅରବିନ୍ଦ ବିବାହ କରିବାକୁ ଯାଉଥିଲେ। କୁରାରା ଗ୍ରାମରୁ ବାହାରି ସେ ଶୋଭାଯାତ୍ରାରେ ମହୋବା ଯାଉଥିଲେ। ମହୋବାରେ ଯେତେବେଳେ ବ୍ୟାଣ୍ଡର ତାଳେ ତାଳେ ବରଯାତ୍ରୀମାନେ ନାଚରେ ମସଗୁଲ ହୋଇଯାଥିଲେ ହଠାତ ବର ଘୋଡାରୁ ଓହ୍ଲାଇ ଯାଇ ଅନଶନରେ ବସି ଯାଇଥିଲେ। ଆଉ ରାସ୍ତାରେ ଯାଉଥିବା ଲୋକ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆପଣମାନଙ୍କୁ ମଧ୍ୟ ଶୁଣିି ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଏହି ଦୃଶ୍ୟ ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ଆହ୍ଲା ଚୌକ(ଛକ) ଦେଇ ବର ଯାଉଥିଲା।
ସହରର ଆହ୍ଲା ଚୌକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆମରଣ ଅନଶନ ଚାଲିଥିଲା। ଆଉ ସେହି ସମୟରେ ସେହି ରସ୍ତା ଦେଇ ଘୋଡାରେ ବସି ଅରବିନ୍ଦ ବିବାହ କରିବାକୁ ଯାଉଥିଲେ। ସେ ନିଜକୁ ଆଉ ରୋକି ପାରିଲେ ନାହିଁ ଘୋଡାରୁ ଓହ୍ଳାଇ ଯାଇ ଅନଶନ ସ୍ଥଳରେ ବସିପଡିଲେ। ଆଉ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ସ୍ଳୋଗାନ ଦେବାରେ ଲାଗିଲେ। ସହରର ଆହ୍ଲା ଚୌକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ସତ୍ୟମେବ ଜୟତେର ପ୍ରଦେଶ ଅଧ୍ୟକ୍ଷ ବିକାଶ କୁମାରଙ୍କ ନେତୃତ୍ୱରେ ୧୦ ଦିନ ଧରି ଆନ୍ଦୋଳନ ଚାଲିଥିଲା। ଅରବିନ୍ଦ ସେହି ରାସ୍ତାରେ ଯିବା ସମୟରେ ଖୁବ କମ୍‍ ଲୋକ ଧାରଣାସ୍ଥଳରେ ବସିଥିଲେ। ତେଣୁ ସେ ବରବେଶରେ ଥାଇ ମଧ୍ୟ ଯାଇ ଧାରଣା ସ୍ଥଳରେ ବସିଥିଲେ। ତେତେକ ବରାଯାତ୍ରୀ ମଧ୍ୟ ତାଙ୍କର ସାଥ ଦେଇଥିଲେ। ପ୍ରାୟ ୧୦ ମିନିଟ ପାଇଁ ସେ ଧାରଣାରେ ବସିଥିଲେ। ଯାହା ଅନଶନକାରୀଙ୍କ ମନୋବଳ ଏବଂ ଉତ୍ସାହ ବୃଦ୍ଧି କରିଥିଲା। ଅନ୍ୟମାନେ ତାଙ୍କୁ ଅପେକ୍ଷା କରି ରହିଲେ। ପରେ ସେ କନ୍ୟା ଘରକୁ ଯାଇ ବିବାହ କରିଥିଲେ।
ଏହି ଘଟଣାକୁ ନେଇ ସମସ୍ତେ ଅରବିନ୍ଦଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସମଗ୍ର ଜିଲ୍ଳାରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।

Comments are closed.