ଶୀତ ଦିନିଆ ଖାଦ୍ୟ ସବୁଜ ଚଣା
ଖାଦ୍ୟ ପାନୀୟର ଉପଯୁକ୍ତ ସମୟ ହେଉଛି ଶୀତ ଋତୁ । କାରଣ ଏହି ମସୟରେ ବିଭିନ୍ନ ପ୍ରକାରର ପନିପରିବା ମିଳିଥାଏ । ଯାହା ଦ୍ବାରା ବ୍ୟଞ୍ଜନରେ ବିଭିନ୍ନ ପ୍ରକାର ପରିବାର ବ୍ୟବହାର ହୋଇଥାଏ । ବ୍ରୋକଲୀ, ପାଳଙ୍ଗ ଶାଗ, ଗ୍ରୀନ ମଟର, ମେଥୀ ଶାଗ, ବିଟ୍ ଓ ଗାଜରରେ ପ୍ରସ୍ତୁତ ବ୍ୟଞ୍ଜନ କମ୍ କ୍ୟାଲୋରୀ ସହ ସ୍ବାଦିଷ୍ଟ ହୋଇଥାଏ । ଲୋକେ ପାଳଙ୍ଗ ଶାଗ, ଗାଜର ଓ ମଟର ବହୁଳ ପରିମାଣରେ ବ୍ୟବହାର କରୁଥିବା ବେଳେ ଗ୍ରୀନ ବା ସବୁଜ ଚଣାକୁ ଭୁଲି ଯାଆନ୍ତି । ଶୀତ ଋତୁରେ ଗ୍ରୀନ ବା ସବୁଜ ଚଣା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଆପଣ କଞ୍ଚା ଖାଇ ପାରିବେ ଏବଂ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସୁଫଳ ବିଷୟରେ….
ପ୍ରୋଟିନ: ସବୁଜ ମଟର ଭଳି ସବୁଜ ଚଣାରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏହା ମାଂସପେଶୀ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।
ଭିଟାମିନ: ସବୁଜ ଚଣାରେ ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଥଣ୍ଡା ପାଗରେ ଶରୀରକୁ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍ ଗୁଣ ରହିଥିବାରୁ ରୋଗ ପ୍ରତିରୋଧକ ପ୍ରକ୍ରିୟା ଏବଂ ତ୍ବଚାକୁ ସଠିକ୍ ରଖିଥାଏ ।
ଫୋଲେଟ୍: ଏଥିରେ ଭିଟାମିନ୍ ‘ବି – ୬’ ଏବଂ ଫୋଲେଟ୍ ରହିଥାଏ । ଭିଟାମିନ୍ ‘ବି – ୬’ ଥଣ୍ଡାରେ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଫୋଲେଟ୍ ଆପଣଙ୍କୁ ଚିନ୍ତା ମୁକ୍ତ ରଖିଥାଏ।
ସବୁଜ ଚଣାକୁ ପେଶି ଏଥିରେ ପରଟା ପ୍ରସ୍ତୁତ କରାଯାଇପାରିବ । ଏହାକୁ ମଧ୍ୟ ଅନ୍ୟ ଖାଦ୍ୟ ବ୍ୟଞ୍ଜନରେ ବ୍ୟବହାର କରାଯାଇପାରିବ ।