ଲାଲ ବା ସବୁଜ, ଜାଣନ୍ତୁ କେଉଁ ସେଓ ଶରୀର ପାଇଁ ଅଧିକ ଉପକାରୀ

ବର୍ଷସାରା ମିଳୁଥିବା ଫଳ ଗୁଡିକ ମଧ୍ୟରୁ ସେଓ ହେଉଛି ଅନ୍ୟତମ। ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ବ ରହିଥାଏ। ଏହାର ସ୍ବାଦ ମିଠା ହୋଇଥିବାରୁ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ଲୋକେ ସବୁଜ(ଗ୍ରୀନ୍‌) ସେଓ ପରିବର୍ତ୍ତେ ଲାଲ ସେଓ ଖାଇବାକୁ ଅଧିକ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ​‌ ଲାଲ ସେଓ ପରିବର୍ତ୍ତେ ସବୁଜ ସେଓ ଶରୀର ପାଇଁ ଅଧିକ ଉପକାରୀ। କାରଣ ଏଥିରେ ଭରପୁର ମାତ୍ରାରେ ଆଇରନ୍, ପୋଟାସିୟମ୍, କ୍ୟାଲଶିୟମ ଏବଂ ଏଣ୍ଟି-ଅକ୍ସିଡାଣ୍ଟ ତତ୍ବ ରହିଥାଏ।

ଲାଲ ଅପେକ୍ଷା ସବୁଜ ସେଓରେ ଅଧିକ ମାତ୍ରାରେ ଫାଇବର ଓ କମ୍ ମାତ୍ରାରେ ସର୍କରା ରହିଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।
ଏକ ଗବେଷଣାରୁ ଜଣାପଡିଛି, ସବୁଜ ସେଓରେ ଫ୍ଲାବୋନୋଇଟ୍ସ (Flavonoids) ତତ୍ବ ରହିଛି। ଯାହା ଶ୍ବାସରୋଗୀ ପାଇଁ ଲାଭଦାୟକ ହୋଇଥାଏ।
ସବୁଜ ସେଓ ନିୟମିତ ସେବନ କରିବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ।
ସବୁଜ ସେଓ ଏଭଳି ପୋଷକ ତତ୍ବ ରହିଥାଏ, ଯାହା କଲେଷ୍ଟେରୋଲ ସ୍ତରରୁ କମ୍ କରିଥାଏ। ଏଥିରେ ଥିବା ଫ୍ଲାବୋନୋଇଟ୍ସ (Flavonoids) ହୃଦଘାତ୍ ଜନିତ ରୋଗକୁ କମ୍ କରିଥାଏ।
ସବୁଜ ସେଓରେ ଏଣ୍ଟି-ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ଚେହେରାରେ ଚମକ ଆସିଥାଏ।
ବୈଜ୍ଞାନିକ ମତ ଅନୁଯାୟୀ ନିୟମିତ ଭାବରେ ସବୁଜ ସେଓ ଖାଇବା ଦ୍ବାରା ରକ୍ତ ବିଶୁଦ୍ଧ ହେବା ସହ ଷ୍ଟ୍ରୋକ ହେବାର ଆଶଙ୍କା କମ୍ ଥାଏ।
ସବୁଜ ସେଓରେ ଭିଟାମିନ୍ ଏ, କ୍ୟାଲଶିୟମ, ଫାଇବର ଓ ଅନେକ ପୋଷକ ତତ୍ବ ରହିଛି। ଏହାକୁ ନିୟମିତ ସେବନ କରିବା ଦ୍ବାରା ହାଡ ଜନିତ ସମସ୍ୟା ଏବଂ ଅଷ୍ଟିଓପୋରୋସିସ୍ (Osteoporosis) ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ।
ନିୟମିତ ସବୁଜ ସେଓ ଖାଇବା ଦ୍ବାରା ଆଖି ଜ୍ୟୋତି ବୃଦ୍ଧି ହୋଇଥାଏ ଏବଂ ମାନସିକ ଚିନ୍ତା ମଧ୍ୟ କମ୍ ହୋଇଥାଏ।
ଏହାକୁ ନିୟମିତ ସେବନ ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ସହ ରୋଗ ପ୍ରତିରୋଧକ ପ୍ରକ୍ରିୟା (Immune system) ସଠିକ୍ ରହିଥାଏ।

Comments are closed.