ଜାତୀୟ ପେନ୍‍ସନ୍‍ ଯୋଜନାରେ କେନ୍ଦ୍ରର ଯୋଗଦାନ ୧୦%ରୁ ୧୪%କୁ ବୃଦ୍ଧି

0

ନୂଆଦିଲ୍ଲୀ : ଜାତୀୟ ପେନ୍‍ସନ୍‍ ଯୋଜନା(ଏନ୍‍ପିଏସ୍‍)ରେ କେନ୍ଦ୍ରର ଯୋଗଦାନ ବୃଦ୍ଧି ନିଷ୍ପତ୍ତିକୁ ସୋମବାର କେନ୍ଦ୍ର କ୍ୟାବିନେ୍‍ଟ୍‍ ଅନୁମୋଦନ ପ୍ରଦାନ କରିଛି। ଏହି କ୍ରମରେ ଜାତୀୟ ପେନ୍‍ସନ୍‍ ଯୋଜନାରେ ମୂଳ ଦରମାରେ କେନ୍ଦ୍ରର ଯୋଗଦାନ ୧୦%ରୁ ୧୪%କୁ ବୃଦ୍ଧି ପାଇଛି। ତେବେ ଏହି ଯୋଜନାରେ କର୍ମଚାରୀଙ୍କ ଯୋଗଦାନ ମୂଳ ଦରମାର ୧୦% ଅପରିବର୍ତ୍ତିତ ରହଛି। କେବଳ କେନ୍ଦ୍ର ସରକାରଙ୍କ ଯୋଗଦାନ ୧୦%ରୁ ୧୪%କୁ ବୃଦ୍ଧି ପାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହାସହ ଜାତୀୟ ପେନ୍‍ସନ୍‍ ଯୋଜନାରୁ ବାହାରିବା ସମୟରେ ହିତାଧିକାରୀଙ୍କୁ ଦିଆଯାଉଥିବା ଜମା ପାଣ୍ଠିର ୬୦% ଅର୍ଥ ଉପରେ ଆଉ କୌଣସି କର ଲଗିବ ନାହିଁ ବୋଲି ସୂଚନା ଦିଆଯାଇଛି। ପୂର୍ବରୁ ୬୦% ଅର୍ଥରୁ ୪୦% ଅର୍ଥ ଉଠାଣ କରମୁକ୍ତ ଥିବାବେଳେ ୨୦% ଅର୍ଥ ଉପରେ କର ଲଗାଯାଉଥିଲା। ଏବେ ସପୂର୍ଣ୍ଣ ୬୦% ଅର୍ଥ କରମୁକ୍ତ ରହିବ। ଏହି ବ୍ୟବସ୍ଥା ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୦୪ରେ ଏହି ଯୋଜନା ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିଲାବେଳେ ୨୦୦୯ରୁ ଏହା ସବୁ ବର୍ଗର କର୍ମଚାରୀଙ୍କ ପାଇଁ ପରିବର୍ଦ୍ଧିିତ ହୋଇଛି।
ଏହାଦ୍ୱାରା ଜାତୀୟ ପେନ୍‍ସନ୍‍ ଯୋଜନାର ୩୬ ଲକ୍ଷ ହିତାଧିକାରୀ ଉପକୃତ ହେବେ। ସରକାରୀ ଚାକିରିଆଙ୍କ ହିତରେ ସରକାର ଏହି ପଦକ୍ଷେପ ନେଇଥିବା ଜେଟଲୀ ପ୍ରକାଶ କରିଛନ୍ତି। ଏଥିପାଇଁ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କ ଉପରେ ୨,୮୪୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

Leave A Reply