ଏକ ଲକ୍ଷ ଡିଜିଟାଲ୍‍ ଗାଁ ସ୍ଥାପନ କରିବେ ସରକାର

ନୂଆଦିଲ୍ଲୀ: ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଆଗାମୀ ପାଞ୍ଚ ବର୍ଷ ଭିତରେ ସରକାର ଏକ ଲକ୍ଷ ଡିଜିଟାଲ୍‍ ଗାଁ ସ୍ଥାପନ କରିବେ। ନୂଆଦିଲ୍ଲୀରେ ୨୦୧୯ ଷ୍ଟାର୍ଟ ଅପ ସମ୍ମିଳନୀରେ ଉଦବୋଧନ ଦେଲାବେଳେ ପ୍ରସାଦ ସବୁ ଭାଗିଦାରୀ ପକ୍ଷ ଓ ଡିଜିଟାଲ୍‍ ଶିକ୍ଷା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଏ ଦିଗରେ ନିଜ ସୁବିଧା ଅନୁସାରେ ପଦକ୍ଷେପ ନେବାକୁ କହିଛନ୍ତି। ଦେଶର ଦୂରଦୂରାନ୍ତ ଅଞ୍ଚଳରେ ବ୍ୟବସାୟ ତଥା ଉଦ୍ୟୋଗ ସ୍ଥାପନ କ୍ଷେତ୍ରରେ ଉନ୍ନତି ହୋଇଥିବାରୁ ଏହିସବୁ କେନ୍ଦ୍ରଗୁଡ଼ିକୁ ଡିଜିଟାଲ୍‍ ଭାବେ ତାଲିକାଭୁକ୍ତ କରିବାର ଆବଶ୍ୟକତା ଥିବା କଥା ସେ ଦର୍ଶାଇଛନ୍ତି।

ସେ ଲାହିଛନ୍ତି, ଷ୍ଟାର୍ଟ ଅପ ହେଉଛି ନବ ଭାରତର ଶ୍ରେଷ୍ଠତ୍ଵ ଯାହା ଭାରତକୁ ପରିବର୍ତ୍ତନ କରିପାରିଛି। ଆଗାମୀ ଦିନରେ ଷ୍ଟାର୍ଟ ଅପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ଏଥିରେ ସଫ୍ଟଓୟାର, ଇଲେକ୍ଟ୍ରୋନିକ ପଲିସୀ ଏବଂ ଡିଜିଟାଲ କମ୍ୟୁନିକେସନକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରସାଦ କହିଛନ୍ତି। ଏହି ଅବସରରେ ସେ କେତେକ ଷ୍ଟାର୍ଟ ଅପର ମଧ୍ୟ ଉଦଘାଟନ କରିଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଫଳତା ପାଇଁ ଏହି ଉତ୍ସବରେ ପୁରସ୍କୃତ କରାଯାଇଛି।

Comments are closed.