ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ

ଏଣିକି ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି । ଛାତ୍ର ଛାତ୍ରୀ ମାନେ ଇଂରାଜୀ, ଗଣିତ ଓ ବିଜ୍ଞାନରେ କମ ନମ୍ୱର ରଖୁଥିବାରୁ ସ୍କୁଲ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସ୍କୁଲ ମାନଙ୍କରେ ଏହି ୩ଟି ବିଷୟରେ ୪୫ ମିନିଟ୍ ପଢା ଯାଉଥିଲାବେଳେ ଏବେ ଦେଢଘଣ୍ଟା ପଢ଼ାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯାୟରେ ପାଇଲଟ୍ ବେସିସ୍‌ରେ ଜିଲ୍ଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯିବ ପରେ ଏହି ବ୍ୟବସ୍ଥା ବ୍ଲକ ସ୍ତରରେ ଲାଗୁ କରାଯିବା ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Comments are closed.