ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ବୁଧବାର ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ଚକ୍ରପାଣି ରୁର୍କୀସ୍ଥିତ ଆଇ.ଆଇ.ଟିରେ ମୃତ୍ତିକା ବିଜ୍ଞାନ ବିଭାଗରେ ଅବସ୍ଥାପିତ ଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ କାର୍ଯ୍ୟକାଳ ପୁରିଯିବା ପରେ ପ୍ରଫେସର ଚକ୍ରପାଣିକୁ ନିଯୁକ୍ତି ଦିଆଯାଇଛି।

୧୯୯୧ରେ ଆମେରିକାର ଡେଲାୱର ବିଶ୍ୱବିଦ୍ୟାଳରେ ଗବେଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଫେସର ଚକ୍ରପାଣି ୧୯୯୩ରେ ଆଇଆଇଟି ମୁମ୍ବାଇ, ୧୯୯୬ରେ ଆଇଆଇଟି ରୁର୍କୀରେ ସହକାରୀ ପ୍ରଫେସର ଏବଂ ୨୦୦୮ରେ ସେହିଠାରେ ପ୍ରଫେସର ଭାବେ ଯୋଗ ଦେଇଥିଲେ।

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦରୁ ୧୯୭୯ରେ ମାଟ୍ରିକ ପାସ କରିଥିବା ପ୍ରଫେସର ଚକ୍ରପାଣି ବମ୍ବେ ଆଇଆଇଟିରୁ ୧୯୮୫ରେ ବ୍ୟବହାରିକ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମଫିଲ ଏବଂ ପିଏଚଡି ଡିଗ୍ରୀ ଲାଭ କରିଥିଲେ। ଦେଶ ବିଦେଶର ପ୍ରାୟ ୨୭ଟି ଉଚ୍ଚତର ଗବେଷଣା ପ୍ରତିଷ୍ଠାନର ସଦସ୍ୟ ଏବଂ ଅଧ୍ୟକ୍ଷ ଭାବେ ସେ ସଫଳ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ୧୯୯୦ରୁ ୨୦୧୩ ମଧ୍ୟରେ ପ୍ରଫେସର ଚକ୍ରପାଣି ୧୬ଟି ବିଦେଶ ଶିକ୍ଷାନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେ ୭୮ଟି ପୁସ୍ତକ ରଚନା କରିଥିବା ସୂଚନା ମିଳିଛି।

Comments are closed.