ସୁଧୁରିଯାଉ ପାକିସ୍ତାନ ନହେଲେ ଘରେ ପଶି ମାରିବୁ : ସତ୍ୟପାଲ ମଲିକ

ଶ୍ରୀନଗର: ଆସନ୍ତା ନଭେମ୍ବର ୧ ତାରିଖରୁ ନୂଆ କାଶ୍ମୀର କାର୍ଯ୍ୟକ୍ଷମ ହେବ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଯଦି ସୁଧୁରି ନ ଯାଏ; ତେବେ ଭାରତ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଏଠାରେ ଥିବା ସମସ୍ତ ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବ ବୋଲି ଚେତାବନୀ ଦେଇଛନ୍ତି ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ। ରବିବାର ଯାହା ହୋଇଥିଲା ତାହାର ପୁନରାବୃତ୍ତି ହେବ ଓ ଏହା ଅତି ଭୟଙ୍କର ହେବ ବୋଲି ସେ କହିଛନ୍ତି। କାଶ୍ମୀର ଉପତ୍ୟକାରେ ପାକିସ୍ତାନୀ ସମର୍ଥକ ଯୁବକମାନଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ ନିଜର ଭବିଷ୍ୟତ ଓ ରାଜ୍ୟର ବିକାଶ ପାଇଁ ସେମାନେ କ’ଣ କରିଛନ୍ତି ? ରାଜ୍ୟପାଳ ପାକିସ୍ତାନର ନିୟମିତ ଅସ୍ତ୍ରବିରତି ଉଲ୍ଲଙ୍ଘନ ସମ୍ପର୍କରେ କହିଛନ୍ତି ଯେ ‘କ୍ୟୁଁ ନେହିଁ ହୋଗା… ଅଗର ନେହିଁ କରେଙ୍ଗେ ତୋ ୟେଃ ତୋ ରୋଜ୍‌ କା କାମ୍‌ ହୈ ଉନ୍‌କା…ଇସ୍‌କୋ ରୋକ୍‌ନା ପଡ଼େଗା… ଟେରରିଷ୍ଟ କ୍ୟାମ୍ପସ୍‌ କୋ ହମ୍‌ ବିଲ୍‌କୁଲ ବରବାଦ କର୍‌ ଦେଙ୍ଗେ, ଔର ଅଗର ୟେ ନହିଁ ବାଜ୍‌ ଆୟେ ତୋ ହମ୍‌ ଅନ୍ଦର ଯାଏଙ୍ଗେ।’ ରାଜ୍ୟପାଳଙ୍କ ଏହି ଚେତାବନୀ ପୂର୍ବରୁ ପୂର୍ବତନ ସେନାଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ମଧ୍ୟ ପାକିସ୍ତାନକୁ ସମାନ ଚେତାବନୀ ଶୁଣାଇଛନ୍ତି। ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ ବନ୍ଦ ନ କଲେ ରବିବାର ଭଳି ପରାଭବ ଭୋଗିବା ନିଶ୍ଚିତ ବୋଲି ସେ କହିଛନ୍ତି। ‘ବେଳେବେଳେ କୁକୁର ଲାଙ୍ଗୁଡ଼ ସିଧା କରିବାକୁ ସମୟ ଲାଗେ; କିନ୍ତୁ ଏହା ସମ୍ଭବ।

Comments are closed.